ଭୁବନେଶ୍ୱର : ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଜଣାଶୁଣା ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ସନ୍ତୋଷ ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି | ଆଜି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ପ୍ରଫେସର ତ୍ରିପାଠୀଙ୍କୁ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି | ଜଣେ ଛାତ୍ରବତ୍ସଳ ଶିକ୍ଷକ ତଥା ଅନୁଶାସନସମ୍ପନ୍ନ ଶିକ୍ଷା ପ୍ରଶାସକ ଭାବେ ଜଣାଶୁଣା ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱ ବିଦ୍ୟାଳୟର ପର୍ଶନେଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ (ପିଏମଆଇଆର) ବିଭାଗରେ ଦୀର୍ଘବର୍ଷର ଅଧ୍ୟାପନା ସହ ବିଭାଗୀୟ ମୁଖ୍ୟ ଭାବେ ଅନୁଭବ ତଥା ବିଶ୍ୱବିଦ୍ୟାଳୟର କଲେଜ ଡେଭେଲପମେଣ୍ଟ କାଉନ୍ସିଲର ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି |
ରାଜ୍ୟ
ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଲେ ପ୍ରାଧ୍ୟାପକ ସନ୍ତୋଷ ତ୍ରିପାଠୀ
- Hits: 898









