ହେଡଲାଇନସ୍:

ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଚାରାରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଅଡ଼ବା ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରଧାନମନ୍ତ୍ରୀ ରାସ୍ତା କଡ଼ରେ ଚାରାରୋପଣ କରାଯାଇଛି।  

 କଙ୍କରଡ଼ା ,ବାଲିପଙ୍କ ଜଗନ୍ନାଥପୁର , କୁଟୁଣୀ ଗଣ୍ଡା , ବାରିଆପଦା ଆଦି ଅନେକ ସ୍ଥାନରେ ଚାରା ରୋପଣ କରାଯାଇ ଚତୁଃପାଶ୍ୱକୁ ଅଖା ବାଡ଼ ଦେଇ ସୁରକ୍ଷିତ ରଖାଯାଇଛି। 

ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରିଣୀ କଳ୍ପନା ନାୟକ ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଗ୍ରାମ୍ୟ କାର୍ଯ୍ୟାଳୟର  ନିବାହୀ ଯନ୍ତ୍ରୀ ଅଭିମନୁ ପାତ୍ର , ସହକାରୀ ଯନ୍ତ୍ରୀ ଶିବରାମ ସାହୁ , ସୁଧୀର ପାଢ଼ୀ ଓ କର୍ମଚାରୀମାନେ ଉପସ୍ଥିତ ରହି ୨୦ରୁ ଉର୍ଦ୍ଧ୍ଵ ଚାରା ଲଗାଇଥିଲେ।

0
0
0
s2sdefault