ରେଢାଖୋଲ ଶାସକ ପ୍ରଶାସକ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧିନ ଶୁଆଣି ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀ ଙ୍କ ଦ୍ୱାରା ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଶିକାରୀ ହେଲେ ବଡହିଣ୍ଡୋଲ ଗ୍ରାମର କୃଷ୍ଣ ଭୋଇ ବୋଲି ଜଣାପଡିଛି। ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି । ଏ ନେଇ ଏକ ମାମଲା (ନଂ. ୨୨/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଜାମିନ ଆବେଦନ ନାମଞ୍ଜୁର ହେବା ଫଳରେ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ରାଜ୍ୟ
ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ
- Hits: 1059








