ହେଡଲାଇନସ୍:

 ଭସ୍ମା ଥାନା ପୋଲିସର ଅମାନବିକତା : ବିଜେଡି ନେତାଙ୍କ ହସ୍ତକ୍ଷେପ ପରେ କିଶୋର ପାଇଲେ ନ୍ୟାୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଏସପିଙ୍କ ହସ୍ତକ୍ଷେପ ପରେ ମିଳିଲା ଏତଲା କପି, ଜିଲ୍ଲାପାଳ ବଢ଼ାଇଲେ ସହାୟତାର ହାତ  

ଅଜଣା ବୋଲେରୋ ଯୋଗେ ଦୁର୍ଘଟଣାରେ  ଆହତ ହୋଇଥିବା ବ୍ୟକ୍ତିଙ୍କୁ ବିନା ଏଫଆଇଆର କପି କାରଣରୁ ମେଡ଼ିକାଲରୁ ଫେରେଇବା ଘଟଣା

 

ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ  :- ଲୋକଙ୍କ ସେବା ପାଇଁ ପୋଲିସ |  ପୋଲିସ ଲୋକଙ୍କ ବନ୍ଧୁ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଓ ଡିଜି କହି ଆସୁଛନ୍ତି | ହେଲେ କିଛି ଦାୟିତ୍ବହୀନ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଖାକିରେ କଳଙ୍କର ଦାଗ ଲାଗୁଛି | ସେଭଳି ଏକ ଦାୟିତ୍ବହୀନ  କାର୍ଯ୍ୟ କରିଛି ସୁନ୍ଦରଗଡ ଭସ୍ମା ଥାନା ପୋଲିସ | ଗୁରୁତର ଦୁର୍ଘଟଣାଗ୍ରସ୍ତ ଜଣେ ଗରିବ ଅସହାୟ ଲୋକ ପ୍ରତି ଅମାନବିକତାର ପରିଚୟ ଦେଇଛି ଭସ୍ମା ପୋଲିସ | କିଛି ବିଜେଡି ନେତାଙ୍କ ହସ୍ତକ୍ଷେପ ପରେ ଏସପିଙ୍କ କାନରେ ଏ ଅଘଟଣ ପଡିବ ପରେ ଏସି ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ଏତଲା କପି ଦେବା ପାଇଁ ଭସ୍ମା ଥାନାକୁ ନିର୍ଦ୍ଦେଶ ଦେଇଥିଲେ | ଘଟଣା ବିଷୟରେ ଅବଗତ ହେବ ପରେ ଅସହାୟ ବ୍ୟକ୍ତିର ସହାୟତା ପାଇଁ ଜିଲ୍ଲାପାଳ ମଧ୍ୟ ବଢ଼ାଇଛନ୍ତି ସହାୟତାର ହାତ |

   ଚଳିତମାସ ଜୁନ ୧୨ତାରିଖ ଦିନ ଟାଙ୍ଗରପାଲି ବ୍ଲକ ଯୋଗୀମାଲ ଗ୍ରାମର ଜଣେ ସ୍ଥାୟୀ ବାସିନ୍ଦା  ଯୁବକ କିଶୋର ବେହେରା (୧୯)ଙ୍କୁ ଯୋଗୀମାଲ ଠାରେ ଏକ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଥିଲା  ଏହି ଦୁର୍ଘଟଣାରେ କିଶୋରର ମୁଣ୍ଡରେ ଓ ଦୁଇ ଗୋଡ଼ରେ ଗଭୀର ରୂପେ ଆଘାତ ଲାଗିଛି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଭସ୍ମା ଥାନା ଏବଂ କିଶୋରର  ଅଜା ଓଆଇଙ୍କୁ ଖବର ଦେଇ ଥିଲେ | ପରିବାର କହିଲେ  ସାନ ଭାଇ ସୁମିତ ବେହେରା ୧୭ ବର୍ଷ,ତାଙ୍କ ଅଜା କୁଳମଣି ଧୂରୁଆ,ଓ ଆଇ ଏତି ଧୂରୁଆଙ୍କ ପାଖରେ ରହନ୍ତି | ଏ ମାନେ ଅତି ଗରିବ ଓ ଦାରିଦ୍ର ସୀମାରେଖା ତଲେ  ଥିବା ପରିବାର ଅଟନ୍ତି  ବୋଲି ଜଣାପଡିଛି | କିଶୋର  ଗାଁରେ ଏବଂ ଆଖପାଖ ଅଞ୍ଚଳରେ ଦିନ ମଜୁରିଆ ଭାବେ  କାମକରନ୍ତି  |   ଦୁର୍ଘଟଣା ଖବର ପାଇବା ପରେ ଭସମା ଥାନା ପକ୍ଷରୁ ପୋଲିସ କର୍ମଚାରୀ  ପହଞ୍ଚି  କିଶୋରଙ୍କୁ ଚିକିତ୍ସା ନିମନ୍ତେ ପରିବାର ସହିତ  ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠେଇଥିଲେ  | ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଜଣାପଡିଥିଲା  କିଶୋରକୁ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ତେଣୁ  ତାଙ୍କର ଉତ୍ତମ ଉଚ୍ଚକୋଟୀର ଚିକିତ୍ସା ନିମନ୍ତେ  ବୁର୍ଲା ଭିମାସାର ଡାକ୍ତରଖାନାକୁ ସ୍ଥାନାନ୍ତରିତ  କରାଯାଇଥିଲା |  ଯାହା ଜଣାପଡ଼ିଛି ବୁର୍ଲା ଭିମସାର  ମେଡ଼ିକାଲରେ ଚିକିତ୍ସା ପାଇଁ ଥାନାର ଏଫଆଇଆର କପି ଦରକାର ପଡିବାରୁ କିଶୋରର ଆଇ ଭସ୍ମା ଥାନାକୁ କେତେଥର ଦୌଡ଼ିଛନ୍ତି  ଯାହା ପୋଲିସ ପ୍ରଶାସନର ଉଦାସୀନତା ଏବଂ ସାଧାରଣ ଜନତାଙ୍କୁ  କିପରି ହଇରାଣ କରାଯାଏ ତାହାହିଁ  ପ୍ରଶ୍ନବାଚୀ ସୃଷ୍ଟି କରିଛି | ଦୌଡି ଦୌଡି ନୟାନ୍ତ ହୋଇ ବଡ଼ ବଡ଼ିଆ ପଦାଧିକାରୀଙ୍କୁ  ହାତଗୋଡ଼ ଯୋଡ଼ିବା ପରେ ମଧ୍ୟ ଏଫଆଇଆର କପି ନଦେବା ସାଧାରଣରେ  ପୋଲିସ ପ୍ରଶାସନ ର ମାନବିକତା ଉପରେ ପ୍ରଶ୍ନଉଙ୍କି ହୋଇଥିବା ବେଳେ   ମଧ୍ୟ ତାଙ୍କୁ ଏଫଆଇଆର କପି ନମିଳି କାରଣରୁ  ବୁର୍ଲା ଡାକ୍ତରଖାନାରୁ ତାକୁ ଡ଼ିସଚାର୍ଜ କରି ଦେଲେ ଡାକ୍ତର ଖାନାର କତ୍ତୃପକ୍ଷ ବୋଲି ଜଣାପଡିଛି  | ଶେଷରେ ଅର୍ଥ ବାଧକ ସାଜିଥିବା କାରଣରୁ  ଅସହାୟ ଗରିବ ପରିବାର ଭଗବାନ ଉପରେ ଭରସା କରି  କିଶୋରଙ୍କୁ ଚିକିତ୍ସା ନକରେଇ ପାରି   ଯୋଗୀମାଲ ସ୍ଥିତ ତାଙ୍କ ଘରକୁ ଚାଲି ଆସିଲେ  | 

 ଗ୍ରାମରେ କିଶୋରର ଦେହ ଧୀରେଧୀରେ ଗୁରୁତର  ହୋଇ  ବିଗିଡ଼ିବାରେ ଲାଗିବାରୁ ଏବଂ ବର୍ତ୍ତମାନ ସେ କଥା କହି ପାରୁ ନ ଥିବାରୁ ଏବଂ ତାର ଦୁଇଟି ଯାକ ଗୋଡ଼ ଅକାମିହୋଇ ସେ ଚାଲିବୁଲି ପାରିବା ସ୍ବପ୍ନ  ହୋଇଯାଇଥିବାରୁ କିଶୋରର ଆଇ ଅଜା  କାକୁତି ମିନତି ହୋଇ ଗ୍ରାମର କିଛି ବ୍ୟକ୍ତିଙ୍କୁ ଦୁଃଖ ବଖାଣିଥିଲେ |  ଶେଷରେ କିଛି ସହୃଦୟ ବ୍ୟକ୍ତିଙ୍କ ସହ କେତେ ଜଣ ସ୍ତ୍ରୀଲୋକ ତାକୁ ସୁନ୍ଦରଗଡ଼କୁ ଆଣି ବିଜେଡିର ବରିଷ୍ଠ ନେତା ଶ୍ରୀ ଜୟ ନାରାୟଣ ତ୍ରିପାଠୀଙ୍କୁ ଦେଖା କରି ସବୁ ବିଷୟରେ କହିଥିଲେ |  ସବୁ କଥା ଶୁଣିବା ପରେ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ କିଶୋର ଓ ତାର ଆଇ ଏବଂ ଅନ୍ୟ ସ୍ତ୍ରୀଲୋକ ମାନଙ୍କୁ ଜିଲ୍ଲାପାଳଙ୍କ ଅଫିସକୁ ଆଣିଥିଲେ  | ସେଠାରେ ଶ୍ରୀ ତ୍ରିପାଠୀ ପ୍ରଥମେ କିଶୋର ଓ ଅନ୍ୟମାନଙ୍କୁ  ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ( ଏସ. ପି ) ସୁଶ୍ରୀ ସାଗରୀକା ନାଥଙ୍କୁ ଦେଖା କରି ସବୁ ବିଷୟ କହିବା ପରେ ତୁରନ୍ତ ଏସ. ପି. ମେଡମଙ୍କ ପଦକ୍ଷେପ ଦ୍ୱାରା ଭସ୍ମା ଥାନା କର୍ତ୍ତୃପକ୍ଷ ଏଫଆଇଆର କପି କିଶୋରର ଘରକୁ ଆଣି ଦେଇଥିଲେ  ! ଏହା ପରେ ଶ୍ରୀ ତ୍ରିପାଠୀ କିଶୋରକୁ ନେଇ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ଦେଖା କରି କିଶୋର ବିଷୟରେ ସବୁ କଥା କହିବା ସହିତ ଯେହେତୁ କିଶୋର ଜଣେ ଦାରିଦ୍ର ସୀମାରେଖା ତଳେ ଥିବା ( ବିପିଏଲ ) ପରିବାରର ସଦସ୍ୟ ,  ତାକୁ  ରେଡ଼କ୍ରସ ପାଣ୍ଠିରୁ ତିରିଶ ୩୦ ହଜାର ଟଙ୍କା ସାହାଯ୍ୟ ଏବଂ ତାର ସମସ୍ତ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ କରେଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ |  ସବୁ ବିଷୟ ଧର୍ଯ୍ୟର ସହିତ ଶୁଣିବା ପରେ ଜିଲ୍ଲାପାଳ ମହୋଦୟ ନିଜେ ତାଙ୍କ କାର୍ଯ୍ୟାଳୟରୁ ବାହାରକୁ ଆସି କିଶୋରକୁ ଦେଖି ଦୁଃଖ ପ୍ରକାଶ କରିବା ସହିତ ସାଙ୍ଗେ ସାଙ୍ଗେ ତିରିଶ  ହଜାର ଟଙ୍କା ରେଡ଼କ୍ରସରୁ ସାହାଯ୍ୟ ଦେବା ସହିତ କିଶୋର ସମସ୍ତ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହେବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିବା ଜଣାପଡିଛି | ଏହି ପରି ତୁରନ୍ତ ପଦକ୍ଷେପ ନେଇ ଗୋଟିଏ ଗରିବ ପରିବାରକୁ ସାହାଯ୍ୟ କରିଥିବାରୁ ବିଜେଡିର ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି | ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଜନ୍ମଜୟ ମହାପାତ୍ର, ଅନ୍ୟତମ ସାଧାରଣ ସମ୍ପାଦକ ଗୋପ ମହାନ୍ତି, ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ, ଜିଲ୍ଲା କୃଷକ ସେଲର ସମ୍ପାଦକ ସୁନୀଲ ମହାପାତ୍ର, ବିଜେଡି ଯୁବ ନେତା ନିର୍ମଳ ବୋଷ,ଏମଡି କଲିମ, ଅନିଲ ମହାପାତ୍ର,ପ୍ରଦୀପ ବିଶ୍ୱକର୍ମା,ବରୁନ ବାଗ, ତ୍ରିଲୋଚନ କାକ, ପଙ୍କଜ ଶ୍ରେଷ୍ଠ, ମୁକେଶ ପଟେଲ, ଅଭୟ କୁଲୁ,ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ !

0
0
0
s2sdefault