ହେଡଲାଇନସ୍:

 ବିଦ୍ୟୁତ ଶୁକ୍ଳ ବୄଦ୍ଧି ପ୍ରତିବାଦରେ  ପଦ୍ମପୁର ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ର କୋଭିଡ ସମୟରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି ବର୍ଦ୍ଧିତ ବିଦ୍ୟୁତ ବିଲ। କୋଭିଡ ମହାମାରୀ ଯୋଗୁଁ ଲୋକେ ଅସୁବିଧା ରେ ଥିବା ବେଳେ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ସହ ହାତ ମିଳେଇ  ଯେଉଁ ବର୍ଦ୍ଧିତ ବିଦ୍ୟୁତ ବିଲ ର ଚକ୍ରାନ୍ତ କରିଛନ୍ତି ଏହା ଦ୍ୱାରା ଅନଲାଇନ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ସହ ଚାଷୀ ମାନଙ୍କ ମୁଖ୍ୟତଃ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଏହି ବିଷୟରେ ଶୀଘ୍ର ସମାଧାନ ର ପଦକ୍ଷେପ ନେବା ପାଇଁ  ପଦ୍ମପୁର ବିଦ୍ୟୁତ ବିଭାଗ ଏସ.ଡି. ଓ. ଙ୍କ ମାଧ୍ୟମରେ ରାଜ୍ୟପାଳ ଙ୍କ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହ ବିଦ୍ୟୁତ ବିଲ ରେ ଚାଷୀ ମାନଙ୍କୁ ସବସିଡ଼ି ପ୍ରଦାନ କରା ଯିବା ସହ, ବଢା ଯାଇଥିବା ୟୁନିଟ ପିଚା ଦର କାମ କରାଯାଉ ଏବଂ ବାରମ୍ବାର ଅଘୋଷିତ ଭାବରେ କଟା ଯାଉଥିବା ବିଦ୍ୟୁତ କୁ ବିଭାଗ ତରଫ ରୁ ତଦାରଖ କରାଯାଉ ବୋଲି ଦାବି ଜଣାଇଥିଲେ। ଯଦି ଏହାର ଶୀଘ୍ର ଓ ଉଚ୍ଚିତ ସମାଧାନ ନହେଲା ଭାରତୀୟ ଜନତା ପାର୍ଟି ତରଫରୁ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି କହିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ଙ୍କ ଦ୍ଵାରା ପରିଚାଳିତ ଏହି ସଭାରେ ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ନାରୀ ନେତ୍ରୀ ଜ୍ୟୋତ୍ସ୍ନାରାଣୀ କର, ସରସ୍ୱତୀ ସାହୁ ଏହି ବିଷୟ କୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ମଣ୍ଡଳ ସଭାପତି, ସୁନୀଲ ଅଗ୍ରୱାଲ, ନିରାକାର ବରିହା, ସୌକିଲାଲ ସାହା, କେତନ ମେହେର, ସାଂସଦ ପ୍ରତିନିଧି ଡ. ଶ୍ରୀକାନ୍ତ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର, ଚିନ୍ମୟ କୁମାର ପଣ୍ଡା, ଏଡ଼ଭୋକେଟ ଆଦିତ୍ୟ ରଥ, ସୁବାଷ ପାତ୍ର, ହରି ସିଂ, ସରୋଜ ମିଶ୍ର, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ମନ୍ତୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ଦୀପକ ବାରିକ, ନିଳାଞ୍ଚଳ ଦରୁଆନ ପ୍ରମୁଖ ଉପସ୍ଥିତ ରହିଥିଲେ।

0
0
0
s2sdefault