ହେଡଲାଇନସ୍:

କାଳିଆପାଖରେ ସମର୍ପିତ ମୁଖ୍ୟ ପ୍ରଶାସକ : ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବିଘ୍ନରେ ସମ୍ପନ୍ନ କରାଇଲେ ଘୋଷଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପୁରୀ (ଶାସକ ପ୍ରଶାସକ)ଜଣେ ଶୃଙ୍ଖଳିତ ତଥା ଦାୟିତ୍ୱସଂପନ୍ନ ଅଧିକାରୀ ଭାବେ ଜଣାଶୁଣା ବରିଷ୍ଠ ଆଇଏଏସ ଅଫିସର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ଶୃଙ୍ଖଳିତ ରଥଯାତ୍ରା ସମ୍ପନ୍ନ କରାଇବାରେ  ନିଜ ଉତ୍ତର ଦାୟିତ୍ୱର କଷଟୀ ପଥରରେ ସଫଳ ପ୍ରମାଣିତ ହୋଇଛନ୍ତି | ରଥଯାତ୍ରା ସମଗ୍ର ପ୍ରକ୍ରିୟା ଅବଧିରେ ନିଜ  ଦାୟିତ୍ୱକୁ ଜଗନ୍ନାଥଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ସମ୍ପନ୍ନ କରିଛନ୍ତି ଡ଼ କୁମାର |  ଭାବର ଠାକୁର ଭାବ ବିନୋଦିଆ ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ସହିତ ସମ୍ପାଦିତ କରିବାପୁଣି ଦେଖିବାକୁ ମିଳିଥିଲା ଶ୍ରୀଜୀଉଙ୍କ ବାହୁଡା ସମୟରେ | ଜଣେ ଅଫିସର ଭାବେ ନୁହେ, ଜଣେ ଶ୍ରଦ୍ଧାଳୁ ଭକ୍ତ ଭାବେ ନିଜ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଥିଲା  ଗତକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମୟରେ | ଆଉ ଡ଼ କୁମାରଙ୍କ ଏତାଦୃଶ କାର୍ଯ୍ୟ ପ୍ରେରିତ ତଥା ଉତ୍ସାହିତ କରିଥିଲା 

 ଗତକାଲି ଅର୍ଥାତ ବାହୁଡା ଅବସରରେ ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚି ସାରିଥାଏ । ହଠାତ ମାଡ଼ିଆସିଲା ବର୍ଷା । ସେ ବର୍ଷାକୁ ଖାତିରନକରି ସେବାୟତମାନେ ଯେପରି ରଥ ଟାଣିନେଉଥାନ୍ତି, ମୁଖ୍ୟ ପ୍ରଶାସକ ଡ଼ କୁମାର ମଧ୍ୟ ମୁଣ୍ଡରେ ଗାମୁଛା ଓ ମୁହଁରେ ମାସ୍କ ବାନ୍ଧି ବଡଦାଣ୍ଡରେ ରଥ ଆଗେ ଆଗେ ଖାଲି ପାଦରେ ଚାଲିଥାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭି ଉତ୍ସାହରେ ଅନ୍ୟମାନେ ବି ଉତ୍ସାହିତ ହୋଇ ମାଡି ଚାଲିଥାନ୍ତି, କାଳିଆ ଠାକୁରଙ୍କ ନିର୍ଦ୍ଦେଶ ମତେ |  ପଛେ ପଛେ ସେଇ ବର୍ଷରେ ଗାଡି ଚାଲିଥାଏ ରଥ | ବର୍ଷାରେ କାଳେ ରଥଟଣା ବିଳମ୍ବିତ ହେବ କିମ୍ବା କାଳେ କୌଣସି ବିଘ୍ନ ଘଟିବ, ସେଥିପାଇଁ ମୁଖ୍ୟ ପ୍ରଶାସକ ଯଦିଓ ସାମାନ୍ୟ ବିଚଳିତ ହୋଇପଡିଥିଲେ, ହେଲେ ପ୍ରଭୁଙ୍କ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ଥିଲା ।  ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହେଇଗଲା । ଜଣେ ପ୍ରଶାସକଙ୍କ ନିକଟରେ ଏଭଳି ସାଧାରଣ ସେବକଙ୍କ ଭାବ ଦେଖିବା ବିରଳ ନିଶ୍ଚୟ । ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶୃଙ୍ଖଳିତ ଓ ନିର୍ଦ୍ଧାରିତ  ସମୟରେ ଯେମିତି ଶେଷ ହେବ, ତେଣୁ ସବୁଦିଗ ଉପରେ ଯଥେଷ୍ଟ ଯତ୍ନବାନ ହୋଇ କାର୍ଯ୍ୟ କରିଥିଲେ ଡ଼ କୁମାର  । ଆଉ ସେଥିପାଇଁ  ତାଙ୍କର ସମର୍ପଣ ଭାବ ତଥା ସହଯୋଗୀ ମନୋଭାବକୁ ଦେଖି ରଥଯାତ୍ରା ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ରହିଥିଲା ଶ୍ରୀଜୀଉଙ୍କ କାର୍ଯ୍ୟକୁ ନିଷ୍ଠା ଓ ନିର୍ବିଘ୍ନରେ ସମ୍ପନ୍ନ କରିବା ପାଇଁ | 

0
0
0
s2sdefault