ପଦ୍ମପୁର(ଶାସକପ୍ରଶାସକ)-କରୋନା ମହାମାରୀ ଯୋଗୁଁ ସାରା ଭାରତ ଅସ୍ତବ୍ୟସ୍ତ ହୋଇ ପଡିଛି । ଏପରି ମହାମାରୀ ସମୟରେ ବିଭିନ୍ନ ଡାକ୍ତରଖାନାରେ ଲୋକମାନେ ଚିକିତ୍ସିତ ହେବା ସମୟରେ ରକ୍ତର ଅଭାବୀ ଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଆସିଛି । ଏହି ରକ୍ତ ଅଭାବକୁ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତ ଦାନ ଶିବିରରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶୁଶାନ୍ତ ସିଂ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରହା ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଶିବିରରେ ପଦ୍ମପୁର ଅଂଚଳର ସ୍ବେଛାସେବୀ ଯୁବକ ମାନେ ଯୋଗଦେଇ ରକ୍ତଦାନ କରି ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ପ୍ରିତମ ମେହେର ଏବଂ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
- Hits: 1029








