ହେଡଲାଇନସ୍:

ଉପାନ୍ତ ଶ୍ରୀକ୍ଷେତ୍ର : କେବଳ ଆଳତୀରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ-ଓଡିଶା ତଥା ପଡୋଶୀ ଆନ୍ଧ୍ର ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିବା ପାରଳାଖେମୁଣ୍ଡିର "ଉପାନ୍ତ ଶ୍ରୀକ୍ଷେତ୍ର" ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡାଯାତ୍ରା ମନ୍ଦିର ଭିତରେ ବିନା ଭକ୍ତରେ ଏବଂ ସେବାୟତ ମାନଙ୍କ ଗହଣରେ ପାଳିତ ହୋଇଯାଇଛି ।  କୋଭିଡ୍ କଟକଣା ଯୋଗୁଁ  ଜିଲ୍ଲା ପ୍ରଶାସନ ଓ  ପୋଲିସର ନିର୍ଦ୍ଦେଶ କ୍ରମେ ୧୪୪ ଜାରି ମଧ୍ୟରେ ବିନା ଶ୍ରଦ୍ଧାଳୁ ଭକ୍ତରେ ଠାକୁର ମାନଙ୍କ ବାହୁଡାଯାତ୍ରା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।

ମନ୍ଦିର ସେବାୟତ ମାନଙ୍କ ଗହଣରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ପରେ  ଠାକୁର ମାନଙ୍କ ଆଳତୀ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ପାରମ୍ପରିକ ଦେବ ରୀତିନୀତି ଅନୁଯାୟୀ ଦିନସାରା ଠାକୁର ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ  ସହ ସନ୍ଧ୍ୟାରେ କେବଳ ନିର୍ଦ୍ଧିଷ୍ଟ  ସ୍ୱଳ୍ପ କେତେ ଜଣ ପୂଜକ ତଥା ସେବାୟତ ମାନଙ୍କ ଗହଣରେ ଘଣ୍ଟ ଧ୍ୱନୀରେ ଠାକୁର ମାନଙ୍କ ଆଳତୀ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । 

ଏହି ସମୟ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ କୌଣସି ଶ୍ରଦ୍ଧାଳୁ ଭକ୍ତ ଯେଭଳି ପ୍ରବେଶ କରି ନ ପାରିବେ , ସେଥିପାଇଁ ପ୍ରଶାସନ ପକ୍ଷରୁ ବାରଣ କଟକଣା ଜାରି କରାଯାଇଥିଲା ।

   ଏଥିପାଇଁ ମଙ୍ଗଳବାର ଦିନ ବାହୁଡାଯାତ୍ରାରେ ପୋଲିସ ପ୍ରଶାସନ ପକ୍ଷରୁ  ସକାଳ ୬ରୁ ରାତି ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ମନ୍ଦିରର ୧୦୦ ମିଟର ଦୂରତା ପରିଧି ମଧ୍ୟରେ ଧାରା ୧୪୪ ଜାରୀ ରଖା ଯାଇଥିବା ଓ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଥିଲା । 

ମନ୍ଦିରର ପରିସରର ଉଭୟ ପାର୍ଶ୍ଵରେ କୋଭିଡ୍ କଟକଣାର ୧୪୪ ଜାରୀ ଯୋଗୁଁ ଦେଢ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦ ଜଣ ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ପାଇଁ ମୃତୟନ ରହିଥିଲେ। 

ମନ୍ଦିର ପରିସରରେ କୋଭିଡ୍ କଟକଣାର ଧାରା ୧୪୪ ଜାରୀ ଯୋଗୁଁ ଆଜି ଏକାଦଶୀ ତିଥିରେ ବାହୁଡାଯାତ୍ରା ଦିନରେ  ଠାକୁରଙ୍କ  ଦର୍ଶନ କରିବାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆସି ଠାକୁରଙ୍କ ଦର୍ଶନ କରିବାର ସୁଯୋଗ ନ ପାଇ ଅତ୍ୟନ୍ତ  ନିରାଶ ହୋଇ ଫେରି ଯାଉଥିବା ଦେଖା ଯାଇଥିଲା । ତିନି ଠାକୁରଙ୍କ  ପବିତ୍ର ବାହୁଡା-ଯାତ୍ରାଦିନରେ ଜଗନ୍ନାଥ ମନ୍ଦିର ପରିସର ଓ ବଡଦାଣ୍ଡ ଭକ୍ତ ଶୂନ୍ୟରେ ଅତ୍ୟନ୍ତ ଖାଁ ଖାଁ ଲାଗୁଥିଲା।

0
0
0
s2sdefault