ବରଗଡ଼ :- ମହିଳା ଶକ୍ତ , ସଶକ୍ତ ଓ ସମୃଦ୍ଧ ଓ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତକ୍ଷ ତତ୍ୱବାଧାନ ରେ ଓଡ଼ିଶାରେ ମିଶନ ଶକ୍ତି କାର୍ୟ୍ଯ କରୁଛି । ମିଶନ ଶକ୍ତି , ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟର ମାଁ ଭଉଣୀ ମାନଙ୍କୁ ଆର୍ଥିକ ଭାବରେ ସୁଦୃଢ କରିବାର କ୍ରମାଗତ ଭାବରେ ପ୍ରୟାସ ଜାରି ରଖିଛି । ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅଫିସ ପରିସରରେ ଥିବା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଫିସ ନିକଟରେ ମିଶନ ଶକ୍ତି ଭବନର ଶୁଭ ଉଦ୍ଘାଟନ ରାଜ୍ୟ ସରକାରଙ୍କ ଶ୍ରମ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ହୋଇ ଯାଇଛି । ଏହି ଅବସରରେ ବ୍ଲକ ଅଫିସ ପରିସରରେ ବୃକ୍ଷ ରୋପଣ କରାଯିବା ସହିତ ଏସଏଚଜି ଗ୍ରୁପମାନଙ୍କୁ ଚେକ ଆକାରରେ ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୋହେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା , ବିଡିଓ ଶ୍ରୀ ବିଶ୍ୱ ରଂଜନ କର, ସହକାରୀ ଯନ୍ତ୍ରୀ ଶ୍ରୀ ନରେଶ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା,ସିଡିପିଓ ଶ୍ରୀମତୀ ରାଶେଶ୍ୱରୀ ସାହୁ ତଥା ଆଇସିଡିଏସର ସୁପରଭାଇଜର ତଥା ଅଙ୍ଗନବାଡି କର୍ମୀ,ଏସଏଚଜି ଗ୍ରୁପର କର୍ମକର୍ତା ଉପସ୍ଥିତ ଥିଲେ ।
ରାଜ୍ୟ
ମିଶନ ଶକ୍ତିର ନୂତନ ଗୃହ ଉଦଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ
- Hits: 910








