ହେଡଲାଇନସ୍:

ଏସସିବି ମେଡିକାଲ କଲେଜ ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମ ଲାଗି ମୋ’ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର: ଆସନ୍ତା ନଭେମ୍ବର ମାସରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ପାଳନ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ମୋ’ କଲେଜ ଅଭିଯାନର ସହଯୋଗରେ ନଭେମ୍ବର ୨୬, ୨୭ ଏବଂ ୨୮ ତାରିଖ, ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମର ରୂପରେଖକୁ ନେଇ ଏସସିବିର ଡିନ୍ ଏବଂ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଏସସିବି ମେଡିକାଲ କଲେଜର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ଶିକ୍ଷାନୁଷ୍ଠାନର ବିକାଶକୁ କିପରି ଆଉ ଏକ ଉଚ୍ଚତାକୁ ନିଆଯାଇ ପାରିବ ସେ ବାବଦରେ ଗୁରୁତ୍ୱ ଦେବାକୁ ମୋ’ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ, ଏସସିବି ମେଡିକାଲ କଲେଜର ଡିନ୍ ଡାକ୍ତର ଦତ୍ତେଶ୍ୱର ହୋତା, ଡିଏମଇଟି ଡାକ୍ତର ସିବିକେ ମହାନ୍ତି, ଏସସିବି ଆଲୁମିନି ଆସୋସିଏସନର ସମ୍ପାଦକ ଡାକ୍ତର ଶିବରାମ ପ୍ରସାଦ ସିଂ, ଏସସିବି ମୋ’ କଲେଜ ସଂଯୋଜକ ଡାକ୍ତର ସଞ୍ଜିବ ମିଶ୍ର ଏବଂ ମୋ’ କଲେଜ ଅଭିଯାନର ସଦସ୍ୟ ତନ୍ମୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

 

0
0
0
s2sdefault