ହେଡଲାଇନସ୍:

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା/ ସରୋଜ କୁମାର ସାହୁ  – ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସାକୁ ବିରୋଧ କରିଛି ବିଜେପି । ଏ ନେଇ ଆଜି ରାୟଗଡା ବିଜେପି ତରଫରୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ । କୋଭିଡ ମାହାମାରୀ ସମୟରେ ରାଜ୍ୟବାସୀ ଆର୍ଥିକ ଦୁର୍ଦନ ଦେଇ ଗତି କରୁଥିବା ବେଳେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ବୃଦ୍ଧି କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି । ବିଦ୍ୟୁତ ଦର ବୃଦ୍ଧି ସମସ୍ୟାର ସମ୍ମୁଖୀନ କରୁଥିବା ବେଳେ ରାୟଗଡା ସହରରେ ପ୍ରତିଦନି ଅଘୋଷିକ ବିଦ୍ୟୁତକାଟ ସହ ଲୋ ଭୋଲଟେଜ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ବଡ ବଡ କଂପାନୀ ଏବଂ ସରକାରୀ ଅନୁଷ୍ଠାନ  ମାନଙ୍କ ଉପରେ  ହଜାର ହଜାର କୋଟି ଟଙ୍କା ବିଦ୍ୟୁତ ଶୁକ୍ଳ ବକେୟା ଆଦାୟ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ସରଳ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦରକୁ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବାକୁ ଚେଷ୍ଟା କରୁଛନ୍ତି । ଯଦି ସରକାର ବିଦ୍ୟୁତ ଦର ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ବିଜେପି ତରଫରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ତରଫରୁ ଚେତାବନୀ ଦିଆଯାଇଛି । ଘେରାଉ ସମୟରେ ବିଧାୟକ ପ୍ରାର୍ଥି ବସନ୍ତ ଉଲ୍ଲାକା, ବିଜେପି ସାଧାରଣ ସଂପାଦକ କିଶୋର ପଣ୍ଡା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା, ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ପଦାଧିକାରୀ, ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜେପି ନଗର ସଭାପତି ଶ୍ୟାମ କୁମାର ଦାଶ ପରିଚାଳନା କରିଥିଲେ ।

 

0
0
0
s2sdefault