ହେଡଲାଇନସ୍:

ବିଏସଏଫ ଡିଆଇଜିଙ୍କ ସମେତ ୫ ଜଣଙ୍କୁ ସାହସିକତା ପଦକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା / ସରୋଜ କୁମାର ସାହୁ  – ବିଏସଏଫର ୧୮ତମ ଅଳଙ୍କରଣ ସମାରୋହରେ ୨୩ ଜଣ ବିଏସଏଫ ଜବାନଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ୧୨ ଜଣଙ୍କୁ ସାହସିକତା ପାଇଁ ପଦକ ପ୍ରଦାନ କରାଯାଇଥିବା ବେଳେ ୧୧ ଜଣଙ୍କୁ ମେଧାବୀ ନିମନ୍ତେ ପଦକ ପ୍ରଦାନ କରାଯାଇଛି । ବିଏସଏଫ କୋରାପୁଟ ରେଂଜର ୫ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ବିଏସଏଫ ଡିଆଇଜିଙ୍କ ସମେତ ୨ ଜଣ ସହକାରୀ କମାଣ୍ଡେଟ,ଜଣେ ହେଡ କନେଷ୍ଟବଲ ଓ ଜଣେ କନେଷ୍ଟବଲଙ୍କୁ ପଦକ ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦକ ପ୍ରଦାନ କରିବା ସହ ସମ୍ମାନୀତ ହୋଇଥିବା ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । କୋରାପୁଟ ରେଂଜ ଡିଆଇଜି ମଦନ ଲାଲା, ୮ମ ବାଟାଲିୟନର ସହାକରୀ କମାଣ୍ଡେଟ ସନ୍ଦିପ କୁମାର ଗୁପ୍ତା, ସୁଶୀଲ ସିଂ, ହେଡ କନେଷ୍ଟବଲ ବିନୟ କୃହାଲି ଓ କନେଷ୍ଟବଲ ସଂଜୟ ପାଳଙ୍କୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ସମ୍ମାନୀତ କରିଥିଲେ । ସମାରୋହରେ ମୁଖ୍ୟ ଅତିଥି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସହିଦ୍ ଜବାନ ମାନଙ୍କୁ ଶ୍ରଦ୍ଧାଜଂଳୀ ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ବିଏସଏଫ ମହାନିର୍ଦେଶକ(ଡିଜି) ରାଜଶ ଆସ୍ଥାନା, କେନ୍ଦ୍ର ଗୃହ ରାଷ୍ଟ୍ର  ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଅଜୟ କୁମାର ମିଶ୍ର, ଗୃହ ସଚିବ  ଅଜୟ କୁମାର ଭାଲାଙ୍କ ସମେତ ଅବସରପ୍ରାପ୍ତ ବିଏସଏଫର ଅଧିକାରୀ ମାନେ ଉପସ୍ଥିତ ଥିଲେ ।             

 

0
0
0
s2sdefault