ହେଡଲାଇନସ୍:

ଦୁଇ ଦାଦନ ଶ୍ରମିକଙ୍କ ହାତ କଟା ଭଳି ଚାଂଚଲ୍ୟକର ଘଟଣା : କୋର୍ଟ ଶୁଣାଇଲେ ରାୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ-ମନୋହର ଦାଶ: ଗତ ୨୦୧୩ ମସିହାରେ ଦୁଇ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ହାତ କଟାଯିବା ଘଟଣା ରେ ଅଭିଯୁକ୍ତ ପର୍ଶୁରାମ ନାୟକ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।ଧର୍ମଗଡ଼ ଅତିରିକ୍ତ ଜିଲ୍ଲା  ଦୌରାଜଜ୍ ବନ୍ଦନା କର ସୂଚନା ଅନୁଶାରେ ଗତ ୨୦୧୩ମସିହା ରେ କଳାହାଣ୍ଡି ଜିଲ୍ଲାର କିଛି ଦାଦନ ଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ନିଆଯାଉଥିଲା ଏହାକୁ ୨ଦାଦନ ନିଳାମ୍ବର ଧଙ୍ଗତା ମଝି ଓ ଦିଆଲୁ ନିଆଲ ବିରୋଧ କରିଥିଲେ ୨ ଜଣ ବିରୋଧ କରିଥିଲେ ଏବଂ ସେଥିମଧ୍ୟରୁ କିଛି ଦାଦନ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ।ତେବେ ଦାଦନ ସର୍ଦାର ଓ ତାର କିଛି ସହଯୋଗୀ ଏମାନଙ୍କୁ ଗୋଟିଏ ଘରେ ରଖି ନିର୍ଯ୍ୟାତନା ଦିଆଯିବା ସହିତ ୨୦୧୩ ମସିହା ଡିସେମ୍ବର୧୩ ତାରିଖ ରେ କଳାହାଣ୍ଡି ବଲାଙ୍ଗୀର ସୀମାର ଏକ ଶଗୁଆନ ଜଙ୍ଗଲ ରେ ଏହି ଦୁଇ ଦାଦନ ଙ୍କ ହାତ କାଟି ଦେଇଥିଲେ।ଏହି ଲୋମହର୍ଷଣକାରୀ ଘଟଣା ସମଗ୍ର ଦେଶ ରେ ଚହଳ ପକାଇ ଥିଲା।ଏହି ଘଟଣା ରେ ଗତ ୨୪-୧୨-୨୦୧୬ ମସିହାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୮ଜଣ ଅଭିଯୁକ୍ତ ବିମଲ ରାଉତ,ମଣ୍ଟୁ ନିଆଲ,ଜୟସେନ ଠେଲା,ଅର୍ଜୁନ ଭୋଇ,ବନ ମାଝୀ,ବୈକୁଣ୍ଠ ରାଉତ,ଗଙ୍ଗାଧର ଦାସ ଓ ପରମେ ତାଣ୍ଡି ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ।ତେବେ ଏହି ସମୟ ରେ ପର୍ଶୁରାମ ମାଝୀ ନାମକ ଅଭିଯୁକ୍ତ ଫେରାର ହୋଇଯାଇଥିଲା।କେତେ ଦିନ ପରେ ଜୟପାଟଣା ପୋଲିସ ପର୍ଶୁରାମ ମାଝୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଆଜି ସମସ୍ତ ସାକ୍ଷୀ ଓ ପ୍ରମାଣ ତଥ୍ୟ କୁ ଭିତ୍ତି କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶେଷ ରେ ଅଭିଯୁକ୍ତ ପର୍ଶୁରାମ ମାଝୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ୧୦ହଜାର ଟଙ୍କା  ଜରିମାନା ରେ ଦଣ୍ଡିତ କରିବା ଜଣାପଡିଛି। 

0
0
0
s2sdefault