ହେଡଲାଇନସ୍:

ବ୍ଲକସ୍ତରୀୟ ଦୁର୍ନୀତି ବିରୋଧୀ ସଚେତନତା ନିଷ୍ପତି : ଯୁବ କଂଗ୍ରେସର ‘ଆସ ଚାଲିବା ଘରରୁୁ ଘର’ ଆଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

08-07-18-Yubo-congress-pres.jpg - 63.09 kB

ବାଲେଶ୍ୱର( ଉଜ୍ଜ୍ଵଳ କର ): ବ୍ଲକ ସ୍ତରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବାକୁ ଯୁବ କଂଗ୍ରେସ ନିଷ୍ପତି ନେଇଛି । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସଂଗଠନ ‘ଆସ ଚାଲିବା ଘରରୁୁ ଘର’ ଆଭିଯାନ ଆରମ୍ଭ କରିବ ବୋଲି ବାଲେଶ୍ୱର ଜିଲ୍ଲା ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଲୋକସଭା ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅରଜିତ ଘୋଷାଲ, ଉପ-ସଭାପତି ରଂଜିତ୍ ପଣ୍ଡା, ସମ୍ପାଦକ ମନୋଜ କୁମାର ମହାନ୍ତି,  ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସେଖ୍ ନାସିର,  ଯୁବ କଂଗ୍ରେସ ସଦର ବ୍ଲକ କମିଟି ସଭାପତି ଗଜେନ୍ଦ୍ର ଭୂୟାଁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଶାସନକଳର ସହଯୋଗରେ ଶାସକ ଦଳ ପକ୍ଷରୁ ବ୍ଲକ ସ୍ତରରେ ଚାଲିଥିବା ଦୁର୍ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ବିଶେଷ କରି ଜିଲ୍ଲାର ସଦର ବ୍ଲକରେ ଏହି ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ସେମାନେ କହିଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଚୟନଠାରୁ ଆରମ୍ଭ କରି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଘୋଟାଲା ଦେଖାଦେଇଛି । ବିନା କାର୍ଯ୍ୟରେ ସରକାରୀ ଅର୍ଥ ଲୁଟ୍ ଚାଲିଛି । ଏଭଳି ସ୍ଥିତିରେ ଯୁବ କଂଗ୍ରେସ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆଗାମୀ ଦିନରେ ‘ଆସ ଚାଲିବା ଘରରୁ ଘର’ ଅଭିଯାନ ଆରମ୍ଭ ହେବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଏହାକୁ ସଫଳ କରିବା ସହିତ ସାଧାରଣ ଲୋକଙ୍କୁ ନ୍ୟାଯ୍ୟ ହକ୍ ପ୍ରଦାନ ପାଇଁ ଯୁବଗୋଷ୍ଠୀ  ଆଗେଇ ଆସିବାକୁ ସେମାନେ ଆହ୍ୱାନ ଦେଇଛନ୍ତି ।     

 

0
0
0
s2sdefault