ହେଡଲାଇନସ୍:

ଭଉଣୀ ସୁଭଦ୍ରାଙ୍କ ସହ ବାହୁଡିଲେ ଜଗା ବଳିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ: ନବଦିନାତ୍ମକ ଯାତ୍ରା ଶେଷ କରି ମଙ୍ଗଳବାର ଭଉଣି ସୁଭଦ୍ରା ସହ ଶ୍ରୀମନ୍ଦିର ବାହୁଡିଲେ ଜଗା ବଳିଆ । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଚତୁର୍ଦ୍ଧାମୁର୍ତ୍ତୀ ସଅଳ ରଥାରୂଢ ହୋଇଥିଲେ । ନାକଚଣା ଦ୍ବାର ଦେଇ ଧାଡି ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧାମୁର୍ତ୍ତୀ ।

ସଅଳ ସଅଳ ବଡଭାଇ ବଳଭଦ୍ର ଗଡିଥିଲେ ଶ୍ରୀମନ୍ଦିର ଅଭିମୁଖେ । ପଛେ ପଛେ ଭଉଣି ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଛୁଟିଥିଲା ଶ୍ରୀମନ୍ଦିର ଅଭିମୁଖେ । ବାଟରେ  ମାଉସୀ ମାଙ୍କ ପୋଡ଼ପିଠା ଖାଇଥିଲେ ତିନି ଠାକୁର । 

ତେବେ ପ୍ରମୁଖ କଥା ହେଲା ଭକ୍ତ ଶୁନ୍ୟ ବାହୁଡା ଯାତ୍ରାକୁ ସେବାୟତମାନେ ଟାଣୁଥିବା ସମୟରେ ପାଗ ବଦଳିଥିଲା । ବର୍ଷାରେ ଭିଜିଥିଲା ବଡଦାଣ୍ତ । ବର୍ଷାରେ ଭିଜିଥିଲେ ସେବାୟତମାନେ । ଟାଣ ଖରାର କଷ୍ଟରୁ ରକ୍ଷା କରିଥିଲେ ମହାପ୍ରଭୁ । ଗଜପତି ଦିବ୍ୟସିଂହ ଦେବ ବା ଠାକୁର ରାଜା ମଧ୍ୟ  ଭିଜିଥିଲେ । ରଜାନଅର ପାଖରେ ଲକ୍ଷ୍ମୀ ନାରାୟଣ ଭେଟର ସମୟ ଥିଲା ବେଶ ମନୋରମ ।

ଭିଜିଥିଲେ ପ୍ରତ୍ୟକଟି ବ୍ୟକ୍ତି  । ଭିଜିଥିଲେ ଠାକୁର ରାଜା । ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କୁ ମନାଇଥିଲେ କାଳିଆ ସାଆନ୍ତ । ଶେଷରେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି । ଆସନ୍ତାକାଲି ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ । ଦିନ ୩ଟାରୁ ସୁନାବେଶ କାର୍ଯ୍ୟ ଅନୁଷ୍ଠିତ ହେବ ।

 

0
0
0
s2sdefault