ହେଡଲାଇନସ୍:

୫ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନରେ ବସିବେ ଦାମୋଦର ମହାସୁଆର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ପ୍ରଶାସନ ତରଫରୁ ମିଳୁଥିବା ଆର୍ଥିକ ସହାୟତାରେ ପରିବାର ପ୍ରତିପୋଷଣ ସମ୍ଭବ ହେଉନାହିଁ । ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ତେଣୁ ଅଗଷ୍ଟ ୫ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର । 

କରୋନା ଯୋଗୁଁ ଦିର୍ଘ ଦିନ ହେଲା ଭକ୍ତଙ୍କ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ବିବାହ, ବ୍ରତଘର ଆଦି କାର୍ଯ୍ୟକ୍ରମରେ କଟକଣା ରହିଛି । ଜିଲ୍ଲା ବାହାର ତଥା ରାଜ୍ଯ ବାହାର ଭକ୍ତଙ୍କ ଶ୍ରୀକ୍ଷେତ୍ର ଆସିବାରେ କଟକଣା ଯୋଗୁଁ ମହାପ୍ରସାଦ ବିକ୍ରି ପ୍ରଭାବିତ ହୋଇଛି । ସୁଆର ମହାସୁଆର ସେବକଙ୍କ ଆୟ ମଧ୍ୟ କମିଛି । ଗତ ଦୁଇବର୍ଷ ହେଲା ଅନେକ କ୍ଷତି ସହିଲେଣି ସୁଆର ମହାସୁଆର ସେବକମାନେ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମିଳୁଥିବା ଆର୍ଥିକ ସହାୟତା ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସମୁଦ୍ରକୁ ସଂଖେ ପରି । 

ଇତି ମଧ୍ୟରେ  ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହୋଇଛି । ତିନିରଥ ଶ୍ରୀମନ୍ଦିର ବାହୁଡିଛନ୍ତି ।  ଗତବର୍ଷ ପରି ଚଳିତବର୍ଷ ମଧ୍ଯ ଭକ୍ତ ଶୁନ୍ୟ ରଥଯାତ୍ରା କରାଯାଇଛି । ଅଗଷ୍ଟ ୫ ସୁଦ୍ଧା ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛନ୍ତି । ନଚେତ ଅନଶନ କରିବେ ବୋଲି ଚେତାବନି ଦେଇଛନ୍ତି ଦାମୋଦର ମହାସୁଆର ।

0
0
0
s2sdefault