ହେଡଲାଇନସ୍:

ହଠାତ୍ ନିଆଁ ଲାଗି ଦୋକାନ ଛାରଖାର। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ଼ ସହର ର ହାଟପଦା ପଡା ରେ ଥିବା ମୁଖ୍ୟ ମାର୍କେଟ ରେ ଆଜି ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖି ହଇଚଇ ଖେଳିଯାଇଛି।  ହାଟପଦା ପଡା ସ୍ଥିତ ନ୍ୟୁ ବାବୁଲାଲ ଦୋକାନ ରେ ନିଆଁ ଲାଗିଛି।  ଲକ୍ଷ ଲକ୍ଷ ଟଙ୍କା ର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଛି। ନିଆଁ ଲାଗିଥିବା ଦେଖି ଲୋକେ ପାଣି ଆଣି ଲିଭାଇବାକୁ ଉଧ୍ୟମ କରିଥିଲେ।  ତେବେ ନିଆଁ ଆହୁରି ଉଗ୍ର ରୂପ ଧାରଣ କରି  ବ୍ୟାପିବାରେ ଲାଗିଥିଲା। ଅଞ୍ଚଳ ଟି ଧୁଆଁମୟ ହୋଇ ଉଠିଥିଲା।   ଖବର ପାଇ ଟିଟିଲାଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଉଧ୍ୟମ କରିଥିଲେ। ସ୍ଥାନୀୟ ଲୋକେ ସ୍ଵ ଇଚ୍ଛା ରେ ଦମକଳ ବାହିନୀ ଓ ବ୍ୟବସାୟୀଙ୍କୁ ସହଯୋଗ କରିଥିଲେ।  ବ୍ୟବସାୟୀ ଧିରୁ ଅଗ୍ରୱାଲ  ଏହି ଅଗ୍ନିକାଣ୍ଡ ରେ ସର୍ବସ୍ୱlନ୍ତ ହୋଇ ଯାଇଥିବା ଜଣାପଡିଛି।  ତେବେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଚର୍ଚ୍ଚା ହେଉଛି।

0
0
0
s2sdefault