ହେଡଲାଇନସ୍:

ଏଫସିଆଇ କାର୍ଯ୍ୟଳୟ ସମ୍ମୁଖରେ ବିଜେଡି ର ଗଣଧାରଣା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଟିଟଲାଗଡ ,(ଗୌରବ ଦର୍ଜୀ)-କେନ୍ଦ୍ର ସରକାର ଙ୍କ ଭାରତୀୟ ଖାଦ୍ୟ ନିଗମ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଧାନ ଓ ଚାଉଳ କ୍ରୟରେ ଅନିୟମିତତା କରୁଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାନଂକ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁନଥିବା ଅଭିଯୋଗ ରେ ଓଡ଼ିଶା ରାଜ୍ୟ ସାରା ବିଜେଡି ଦଳ ତରଫରୁ ସମସ୍ତ ଏଫସିଆଇ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦେଇଛି। ଆଜି ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ଟିଟିଲାଗଡ ସହର ସ୍ଥିତ ଜଗନ୍ନାଥ ମନ୍ଦିର ଗଳି ରେ ଥିବା  ଏଫସିଆଇ  କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି। ବିଜୁ ଜନତା ଦଳ ର ବରିଷ୍ଠ ନେତା ପ୍ରମୋଦ ପ୍ରଧାନ ଙ୍କ ନେତୃତ୍ୱରେ ଆଜି ଟିଟିଲାଗଡ ବିଜେଡି ଦଳ ଧାରଣା ଦେଇଛି। ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଙ୍କ ନୋମୀନି ଅରୁଣ ମିଶ୍ର, ଆଶୁତୋଷ ସାହୁ, ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ରମାକାନ୍ତି ପଟେଲ, ସରପଞ୍ଚ ସଂଘ ର ସଭାପତି ବୀରବର ସାହୁ, ରଞ୍ଜିତ ପୃଷ୍ଟି, ଦୟାରାମ ଅଗ୍ରୱାଲ, ଚନ୍ଦ୍ରବଦନ ପୁରୋହିତ ସହିତ ଶତାଧିକ ବିଜେଡି କର୍ମୀ, ଚାଷୀ ନେତା ଓ ଚାଷୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault