ହେଡଲାଇନସ୍:

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା କରାଇ ଘରକୁ ପଠାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ରାଜ୍ୟ ସରକାରଙ୍କ  କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଜନସେବା ବାବଦରେ ସମସ୍ତେ ପରିଚିତ । ରାଜନୀତି ରେ ଆସିବା ପୂର୍ବରୁ ସେ କ୍ରମାଗତ ଭାବରେ ଆଜି ପର୍ଯନ୍ତ ଲୋକଙ୍କ ସେବାରେ ସେ ନିଜକୁ ସମ୍ପୁର୍ଣ୍ଣ ଭାବରେ ନିୟୋଜିତ କରି ରଖିଛନ୍ତି ।ମୁଖ୍ୟତଃ କହିବାକୁ ଗଲେ ଯଦି କୋଣସି ଲୋକର କୋଣିସି ପ୍ରକାର ଚିକିତ୍ସା ସମ୍ମନ୍ଧୀୟ ଅସୁବିଧା ଥିଲେ ଅଧା ରାତିରେ ମଧ୍ୟ ମନ୍ତ୍ରୀ ତାକୁ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିଥାନ୍ତି । ଗତ କିଛିଦିନ ତଳେ ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମର ଭାନୁ ମାଝୀ ନାମକ ଜଣେ ଅତି ଗରିବ ଲୋକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଏକଥା ମନ୍ତ୍ରୀଙ୍କର କାନରେ ପଡିବା ମାତ୍ରେ ଭାନୁ ଙ୍କୁ ସାହାଯ୍ୟ ର ହାତ  ବଢାଇଥିଲେ । ପ୍ରଥମେ ତାଙ୍କୁ ଆର୍ଥିକ ସାହାଯ୍ୟ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଇଥିଲେ । ବୁର୍ଲାରେ ପ୍ରଥମେ ଅସ୍ତ୍ରୋପଚାର ଓ ପରେ ଚିକିତ୍ସା କରାଇ ଆଜି ନିଜର ଆମ୍ବୁଲାନ୍ସ ଯୋଗେ ମନ୍ତ୍ରୀ ଭାନୁଙ୍କୁ ବରତୁଣ୍ଡା ଗ୍ରାମକୁ ପଠାଇ ଥିଲେ । ମନ୍ତ୍ରୀ ଙ୍କର ନିର୍ଦେଶରେ ବୁର୍ଲାରୁ ସୋହେଲା ଅଞ୍ଚଳର ଦୁଇଜଣ ଯୁବ କର୍ମୀ ଭାନୁଙ୍କୁ ଘରକୁ ଆଣି ଛାଡିଥିଲେ । ଏକ ଗରିବ ରୋଗୀ କୁ ନିଜର କରି ତାର ଚିକିତ୍ସା କରାଇ , ତାର ଭଲମନ୍ଦ ବୁଝିଥିବାରୁ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ ତଥା ବରତୁଣ୍ଡା ବାସୀ ମାନ୍ୟବର ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault