ହେଡଲାଇନସ୍:

‘ଲାୟନ୍ସ କ୍ଲବ ହୋରାଇଜନ’ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

08-07-18-lions.jpg - 66.13 kB

ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱର ଲାୟନ୍ସ କ୍ଲବ ହୋରାଇଜନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମିଳିତ ସହଯୋଗରେ ସହରର ମାକଲପୁରସ୍ଥିତ ମହାବୀର ଯୁବକ ସଂଘ ପରିସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଲାୟନ୍ସ କ୍ଲବ ହୋରାଇଜନ ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଏତାଦୃଶ୍ୟ କନକଲ୍ୟାଣ କାର୍ଯ୍ୟକୁ ଶ୍ରୀ ଦାଶ ଭୂୟସୀ ପ୍ରଶଂସା କରିଥିଲେ । କେବଳ ସରକାରୀ ବ୍ୟବସ୍ଥାକୁ ଅପେକ୍ଷା ନକରି ନିଜସ୍ୱ ପ୍ରଚେଷ୍ଟାରେ ଜନସାଧାରଣଙ୍କ ସେବା ଉଦେ୍ଧଶ୍ୟରେ ବିଭିନ୍ନ ସଂଗଠନ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ପୌରପାଳ ଆଲୋକ କୁମାର ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ପାଇଁ ଲାୟନ୍ସ କ୍ଲବ ହୋରାଇଜନ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ସଂଗଠନର ନିଷ୍ପତି ଅନୁସାରେ ପ୍ରତ୍ୟେକ ମାସ ସହରର ବିଭିନ୍ନ ଅଂଚଳରେ ଏହିଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ନିଶ୍ଚିତ ରୂପେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ହୋରାଇଜନ ସଭାପତି ସନ୍ଦୀପ୍ତ ଦାସ ପୌରୋହିତ୍ୱ କରିଥିବା ବେଳେ ସମ୍ପାଦକ ସୌମ୍ୟକାନ୍ତ ତପସ୍ୱୀ ସଂଗଠନର ଆଗାମୀ ଜନହିତକର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । କୋଲକାତାର ଶିଶୁ ରୋଗ ଏବଂ ଭେଷଜ ବିଶେଷଜ୍ଞ ଡା. ନିଶିତ୍ କୁମାର ଜେନା ଏବଂ ଭୂବନେଶ୍ୱରର ଡା. ଦେବୀପୁଷ୍ପା ମହାନ୍ତି ଶିବିରରେ ଉପସ୍ଥିତ ରହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଉପାଦେୟ ପରାମର୍ଶ ଏବଂ ଔଷଧ ପ୍ରଦାନ କରିଥିଲେ । ମହାବୀର ଯୁବକ ସଂଘର ସଭାପତି ରମେଶ କୁମାର ନନ୍ଦୀଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟମାନେ ଏହି ଶିବିରକୁ ପରିଚାଳନା କରିଥିଲେ । 

 

 

 

 

 

 

 

0
0
0
s2sdefault