ହେଡଲାଇନସ୍:

ଜୀବନ ବିନ୍ଦୁ ଅଭିଯାନ ପକ୍ଷରୁ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

08-07-18-blood.jpg - 54.14 kB

ବାଲେଶ୍ୱର,(ଉଜ୍ଜ୍ୱଳ କର): ଜୀବନ ବିନ୍ଦୁ ଅଭିଯାନର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଚାନ୍ଦିପୁର ରୋଡ଼ର ଝାମ୍ପୁରାହାଟସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏହି ଶିବିରକୁ ଉଦ୍ଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଗଠିତ ଜୀବନବିନ୍ଦୁ ଅଭିଯାନ ପକ୍ଷରୁ ଆୟୋଜିତ ହେଉଥିବା ରକ୍ତଦାନ ଶିବିର ଉଲ୍ଲେଖନୀୟ ବିଷୟ ବୋଲି କହିଥିଲେ । ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ଙ୍କ ନିଷ୍ଠାପର  ଉଦ୍ୟମ ଯୋଗୁଁ ସାମ୍ପ୍ରତିକ ସମାଜରେ ରକ୍ତର ଅଭାବ ପୂରଣ ହୋଇ ପାରିଛି ବୋଲି ଶ୍ରୀ ଦାଶ ମତ ପ୍ରକାଶ । ଏନେଇ ଯୁବଗୋଷ୍ଠୀ ସର୍ବଦା ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ । ଶ୍ରୀକୋଣା ପଂଚାୟତର ସମାଜସେବୀ ରାଜକିଶୋର ପ୍ରଧାନ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ  କରିଥିଲେ । ଜୀବନବିନ୍ଦୁ ଅଭିଯାନର ସଂଯୋଜକ ସଲିମ ରେଜା ଏବଂ ଜାଭେଦ୍ ଖାନ୍ଙ୍କ ନେତୃତ୍ୱରେ ଇଶାକ୍ ଅଲ୍ଲୀ ଖାନ୍, ବିଶ୍ୱଜିତ ଦାସ, ସେଖ୍ ସାହାଜାନ୍, ପ୍ରକାଶ କୁମାର ବଥାମ୍, ବିଜୟ ପ୍ରଧାନ, ସତ୍ୟଜିତ୍ ବେହେରା, ରିଜୱାନ ମଲ୍ଲିକ୍, ଜ୍ୟୋତିର୍ମୟ ଆଚାର୍ଯ୍ୟ, ପ୍ରଦୀପ ମାଝୀ, ସୁନୀଲ ମାଝୀ, ସ୍ୱପ୍ନଦୀପ ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଓଁକାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଜୟ ପଟ୍ଟନାୟକ, ସନ୍ତୋଷ ଜେନା ଏବଂ ବସନ୍ତ ଜେନା ପ୍ରମୁଖ କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରୀକୋଣା ପଂଚାୟତ ଏବଂ ଆଖପାଖ ଅଂଚଳର ବହୁ ଯୁବକ ଯୁବତୀ ଏହି ଶିବିରରେ ରକ୍ତଦାନ କରିଥିଲେ ।

0
0
0
s2sdefault