ହେଡଲାଇନସ୍:

ସାମାନ୍ୟ ଦାୟିତ୍ବହୀନତା ମଳଦ୍ୱାର ଜନିତ କ୍ୟାନ୍ସରର କାରଣ ହୋଇଥାଏ : ଡ଼ ଭୂୟାଁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

‘ଇଣ୍ଡିଆନ୍ ପ୍ରକ୍ଟୋଲୋଜି ସୋସାଇଟ’ର ମଳଦ୍ୱାର ଚିକିତ୍ସା ସମ୍ପର୍କିତ କର୍ମଶାଳା

08-07-18-awarness-workshop-.jpg - 87.60 kBବାଲେଶ୍ୱର(ଉଜ୍ଜ୍ୱଳ କର) ): ଇଣ୍ଡିଆନ୍ ପ୍ରକ୍ଟୋଲୋଜି ସୋସାଇଟି ପକ୍ଷରୁ ମଳଦ୍ୱାର ରୋଗ ଚିକିତ୍ସା ସମ୍ପର୍କିତ ଏକ ଅଲୋଚନାଚକ୍ର ସ୍ଥାନୀୟ କଳିଙ୍ଗ ହୋଟେଲ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ସୋସାଇଟିର ସଭାପତି ପ୍ରଫେସର ଚତୁର୍ଭୁଜ ଭୂୟାଁ ଏହାକୁ ଉଦ୍ଘାଟନ କରିଥିଲେ । ରୋଗର ଲକ୍ଷଣ ଦେଖା ଯାଉଥିଲେ ବି ପ୍ରାଥମିକସ୍ତରରେ ଏହାର ସଫଳ ଚିକି୍ତ୍ସା କରାଇବା ଉଚିତ ବୋଲି ସେ କହିଥିଲେ । ମାତ୍ର ଅବହେଳା ଯୋଗୁଁ ବିନା ଚିକିତ୍ସାରେ ଏହି ରୋଗ ମାରାତ୍ମକ ରୂପ ଧାରଣ କରିଥାଏ, ଏପରକି ରୋଗୀ ମଳଦ୍ୱାର ଜନିତ କ୍ୟାନସରରେ ପିଡ଼ୀତ ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ଭୂୟାଁ କହିଥିଲେ । ରେମୁଣା ତହସିଲଦାର ଅମୀୟ କୁମାର ରାଉତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧିକାଂଶ ଲୋକଙ୍କଠାରେ ମଳଦ୍ୱାର ସମ୍ବନ୍ଧୀୟ ରୋଗ ଦେଖାଯାଉଥିବା ବେଳେ ଏହାର ସଠିକ ନିଦାନ ଏବଂ ଚିକିତ୍ସା କରାଯିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ତେବେ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଏହି ରୋଗର ସଫଳତା ସହ ଚିକିତ୍ସା ହୋଇ ପାରୁଥିବା ବେଳେ ବାଲେଶ୍ୱରରେ ଏକ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା  ହେଉଥିବା ବାଲେଶ୍ୱରବାସୀଙ୍କ ପାଇଁ ଏକ ଖୁସର ଖବର ବୋଲି ଶ୍ରୀ ରାଉତ କହିଥିଲେ । ବିଶିଷ୍ଟ ଆୟୁର୍ବେଦ ଭେଷଜ ବିଶେଷଜ୍ଞ ଡା. ଶାନ୍ତନୁ ଦାସଙ୍କ ପୌରହିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଜିଲ୍ଲା ଆର୍ୟୁବେଦ ସ୍ୱାସ୍ଥ୍ୟ ଅଧିକାରୀ ଡା. ପୁରୁଷୋତ୍ତମ  ସିଂହ, ବାଲେଶ୍ୱର ରୋଟାରୀ କ୍ଲବ ସଭାପତି ଦେବେନ୍ଦ୍ର କୁମାର ଧଳ, ବାଲେଶ୍ୱର ଲାୟନ୍ସ କ୍ଲବ ସଭାପତି ପ୍ରକାଶ ମହାନ୍ତି, ସମ୍ପାଦକ ଦିନେଶ ଖଣ୍ଡେଲୱାଲ, ଆୟୁର୍ବେଦ ଚିକିତ୍ସକ ଡା. ପ୍ରଭାକର ପାତ୍ର ଏବଂ ଡା. ପଂଚାନନ ସାତୁଆ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସହରର ବହୁ ବିଶଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ ।

 

0
0
0
s2sdefault