ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ
ଭୁବନେଶ୍ୱର: ବର୍ତମାନ ମହାମାରୀ ତୀବ୍ର ବେଗରେ ବଢି ଚାଲୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସଂଖ୍ୟା କମିବାରେ ନାମ ଧରୁ ନାହିଁ । ଏତିକି ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ବିଜେଇଏମ୍ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ସଂଘ ପକ୍ଷରୁ କୁହାଯାଇଛି ଯେ, କରୋନାର ସଂଖ୍ୟା ବଢ଼ୁଥିବା ସହ ୩ୟ ଲହରୀ ନିକଟତର ପରିସ୍ଥିତି ଉପୁଜିଛି । ନିକଟରେ ମୁଖ୍ୟମନ୍ତ୍ରୀ ୧୨ରୁ ୧୮ବର୍ଷ ପିଲାଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଣୁ ସ୍କୁଲ ଖୋଲିବା ପୂର୍ବରୁ ପ୍ରତ୍ୟକ ସ୍କୁଲ ଅଭିଭାବକମାନଙ୍କ ମତ ନିଆଯିବା ପାଇଁ ଜିଲ୍ଲାପାଳ ବୈଠକ ଡାକନ୍ତୁ । ସ୍କୁଲ କର୍ତୃୃପକ୍ଷ, ଅଭିଭାବକ ଓ ଜିଲ୍ଲାପାଳ ବୈଠକରେ ବିସ୍ତୁତ ଆଲୋଚନା ଜରୁରୀ ବୋଲି ବିଜେଇଏମ୍ ସ୍କୁଲ ଅବିଭାବକ ସଙ୍ଘ ସଭାପତି ଆସୁ ରଂଜନ ମହାନ୍ତି, ଉପସଭାପତି ରଂଜନ ଦାସ, ସମ୍ପାଦକ ନିତ୍ୟାନନ୍ଦ ବେହେରା ଓ ସହ ସମ୍ପାଦକ ପ୍ରକାଶ ସାହୁ କହିଛନ୍ତି ।