ବାଲେଶ୍ୱର/ଉଜ୍ଜ୍ୱଳ କର : ବ୍ଲକସ୍ତରୀୟ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ‘ସୋର ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ’ ପ୍ରତିଷ୍ଠା ହୋଇଯାଇଛି । ସୋର ବ୍ଲକର ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ବୈଠକ ବିଦୁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଶଶିକାନ୍ତ ବେହେରା, ଦେବେନ୍ଦ୍ର କୁମାର ନାୟକ, ସୁବାସ ମହାନ୍ତି, ମନୋରଂଜନ ବେହେରା, ଶେଖ୍ ତାଜୁଦ୍ଧିନ୍, ରାଜାରାମ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ର୍ରତିକ ସ୍ଥିତିରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ସୋର ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ ଗଠନ ପାଇଁ ନିଷ୍ପତି ହୋଇଥିଲା । ସୋର ବ୍ଲକର କାର୍ଯ୍ୟରତ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଥିରେ ସାମିଲ କରାଯାଇଥିଲା । ସୁବାସ ମହାନ୍ତିଙ୍କୁ ସଭାପତି ଓ ଦେବେନ୍ଦ୍ର କୁମାର ନାୟକଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ପରବର୍ତ୍ତୀ ବୈଠକରେ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ ପାଇଁ ନିଷ୍ପତି ନିଆଯାଇଥିଲା ।
ରାଜ୍ୟ
ସୋର ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ ଗଠିତ : ସୁବାସ ସଭାପତି ଓ ଦେବେନ୍ଦ୍ର ସମ୍ପାଦକ
- Hits: 459