ହେଡଲାଇନସ୍:

ଆପିକଲ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସରଙ୍କ ରାୟଗଡ ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ ସରୋଜ ସାହୁ : ଆପିକଲ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସର ଶ୍ରୀ ପ୍ରଭାତ କୁମାର ରାଉଳ ଦୁଇ ଦିନିଆ ଗସ୍ତରେ ଆସି ରାୟଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଗତ ତା. ୧୪.୦୭.୨୦୨୧ ରିଖରେ ଗୁଡାରୀ ବ୍ଲକ ଆନ୍ତର୍ଗତ ସାନଉମା ପଂଚାୟତ ଏଲ.ଏଲ.ପୁର ଗ୍ରାମକୁ ଯାଇ ଶ୍ରୀ ପ୍ରଦୀପ କୁମାର ମାଠାଙ୍ଗୀଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହିପରି ସନ୍ୟାସୀଗୁଡା ଗ୍ରାମର ଶ୍ରୀ ବାବୁ ରାଓଙ୍କ କୁକୁଡା ଫାର୍ମ ପରିଦର୍ଶନ କରି ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ କୁକୁଡା ଚାଷ ବିଷୟରେ ଆଲୋଚନା କରିଥିଲେ । ଏହାପରେ କୃଷି ସୂଚନା କେନ୍ଦ୍ର ପରିଦର୍ଶନ କରି ବ୍ଲକସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ଗତ ତା. ୧୫.୦୭.୨୦୨୧ ରିଖରେ ରାୟଗଡ ଜିଲ୍ଲା ସ୍ଥିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ ଫସଲ ବୀମା ରଥକୁ ଉଦଘାଟନ କରିଥିଲେ । ଏହାପରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଉଦ୍ୟାନକୃଷି ବିଭାଗ  ଓ ମୃତିକା ସଂରକ୍ଷଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏଥିସହ କ୍ଷେତ୍ର ପରିଦର୍ଶନରେ ଯାଇ କଲଟିଗୁଡା ଗ୍ରାମରେ ଥିବା ମୃତିକା ସଂରକ୍ଷଣ ବିଭାଗର କେନ୍ଦ୍ରୀୟ ଚାରା ଉତ୍ପାଦନ  କେନ୍ଦ୍ର ପରିଦର୍ଶନ କରିଥିଲେ । ଆନନ୍ଦପାଡୁ ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା କାଜୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଯାଇ କାଜୁ ଚାରା ରୋପଣ କରିଥିଲେ । କୋତାପେଟା ଗ୍ରାମ ପଂଚାୟତ ଅନ୍ତର୍ଗତ ବିରନାରାୟଣପୁର ଗ୍ରାମରେ ଥିବା ଶ୍ରୀ କାମେଶ୍ୱର ସାରାକାଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଜଳ ବିଭାଜିକା ନିର୍ଦ୍ଦେଶକ  ଶ୍ରୀ ସୁଶାନ୍ତ କୁମାର ମଲ୍ଲିକ , ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଓ ସହକାରୀ ନିର୍ଦ୍ଦେଶକ  ଉଦ୍ୟାନ କୃଷି ଜଗନ୍ନାଥ ବିନ୍ଧାଣୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।    

 

 

 

 

 

0
0
0
s2sdefault