ହେଡଲାଇନସ୍:

ଡଙ୍ଗରିଆ ଅଂଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଲ୍ପର ଶୁଭାରମ୍ଭ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

“ଆସନ୍ତା ତିନି ମାସ ମଧ୍ୟରେ ୯୯ ଗୋଟି ଗ୍ରାମର ୧୦୧୯୦ ଜଣଙ୍କୁ ସେବା ଯୋଗାଇବା ଲକ୍ଷ୍ୟ”

ରାୟଗଡ/ ସରୋଜ ସାହୁ : ରାୟଗଡ ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଂଚାୟତର ଖଜୁରୀଗାଁ ଓ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଓ ଡଙ୍ଗରିଆଙ୍କ ଚକ୍ଷୁ ବିନା ଶୁଳ୍କରେ ପରୀକ୍ଷା ଓ ଅସ୍ତ୍ରପଚାର ଏବଂ ଚଷମା ପ୍ରଦାନ ନିମନ୍ତେ ଓଡିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଜନଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ତ  ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜିବୀକା ବିକାଶ କାର୍ଯ୍ୟକ୍ରମ (ଓ.ପି.ଲି.ପି) ଓ ଏଲ.ଭି ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଏହାର ମୂଖ୍ୟ ଉଦେ୍ଧଶ୍ୟ ହେଉଛି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଚାଟିକଣା ଓ ପାର୍ସାଲିର ୮୭ ଗୋଟି ଗ୍ରାମର ୨୫୦୦ ପରିବାରର ୧୦୧୯୦ ଜଣ ଲୋକଙ୍କୁ ତିନି ମାସ ମଧ୍ୟରେ ବିନା ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରପଚାର କରାଯିବା ସହ ଚଷମା ପ୍ରଦାନ କରାଯିବ । ଏଥି ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ , ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓ.ପି.ଲି.ପି. ଏହି ତିନୋଟି ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି.ଡି.ଏ., ରାୟଗଡ ଶ୍ରୀ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା ଡି.କେ.ଡି.ଏ.,ର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ମଦନ ମୋହନ ଦଳବେହେରା, ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଅପଟ୍ରିମିଷ୍ଟ ଶ୍ରୀ ଦେବାନନ୍ଦ ପାଢୀ, ଓ.ପି.ଲି.ପି.,ର ସୁଦର୍ଶନ ପାଢୀ ଏବଂ କୁର୍ଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଖଜୁରିଗାଁ ଓ କାଡ୍ରାଗୁମାର ଗ୍ରାମବାସୀ ଉପସ୍ଥିତ ଥିଲେ । 

 

0
0
0
s2sdefault