ହେଡଲାଇନସ୍:

ଐତିହାସିକ କୀର୍ତ୍ତି ବହନ କରୁଥିବା ତାଳଦଣ୍ଡା କେନାଲର ନବୀକରଣ  କାର୍ଯ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳସେଚନର ସୁବିଧା ସାଙ୍ଗକୁ କେନାଲର ନୂଆ ରୂପ ହୋଇଛି ଆକର୍ଷଣୀୟ । 

ଭୁବନେଶ୍ୱର (ଶାସକ ପ୍ରଶାସକ): କଟକର ପୁରାତନ ଐତିହାସିକ  କୀର୍ତ୍ତିମାନ ତାଳଦଣ୍ଡା କେନାଲର ନବୀକରଣ  କାର୍ଯ୍ୟ ନୂତନ ଜ୍ଞାନକୌଶଳ  ପ୍ରୟୋଗରେ ଶେଷ ହୋଇଛି । ଏହା ସାଙ୍ଗକୁ ଏହାର ରୂପ ବଦଳିଛି । ଅତ୍ୟାଧୁନିକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସିମେଣ୍ଟ  ମିଶ୍ରିତ ସିନ୍ଥେଟିକ୍ ମାଟ୍ରେସ୍ ବ୍ୟବହାର କରାଯାଇ ଏହି ଲାଇନିଂ କାର୍ଯ୍ୟ କରାଯାଇଛି ।  

 ତାଳଦଣ୍ଡା କେନାଲ  ବହୁ ପୁରାତନ କେନାଲ ମଧ୍ୟରେ ଅନ୍ୟତମ ।  ବ୍ରିଟିଶ  ଅମଳରେ ତିଆରି କରାଯାଇଥିବା ଏହି କେନାଲ ଐତିହାସିକ  କୀର୍ତି ଦୃଷ୍ଟିରୁ ଗୁରୁତ୍ୱ ବହନ କରେ । ହଜାର ବର୍ଷରୁ ଊଦ୍ଧ୍ୱର୍ କଟକ ସହରର ମହାନଦୀର ଯୋବ୍ରାଠାରୁ ବାହାରି ଏହି କେନାଲ ପାରାଦୀପ ପର୍ଯ୍ୟନ୍ତ ଲମ୍ବିଛି । ତାଳଦଣ୍ଡା କେନାଲ ପରି ଐତିହାସିକ  ଗୁରୁତ୍ୱ ବହନ କରୁଥିବା ଦୃଷ୍ଟିରୁ  ଏହାକୁ  ନବୀକରଣ କରାଯିବା  ପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ରାଜ୍ୟ ଜଳସଂପଦ ବିଭାଗକୁ ୩ ମାସ ମଧ୍ୟରେ କାମ ଶେଷ କରିବାକୁ ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଇଥିଲା ।  ଏହା ଦ୍ୱାରା ପାରାଦୀପ ବନ୍ଦର ଅଂଚଳକୁ ଜଳଯୋଗାଣ ସୁବିଧା ହେବା ସଙ୍ଗେ ସଙ୍ଗେ  ପ୍ରାୟ ୬୩ ହଜାର ୭୫୧ ହେକ୍ଟର ଜମିକୁ ଉଭୟ ଖରିଫ ଓ ରବି ଋତୁରେ ସୁବିଧାରେ ଜଳସେଚନ ଯୋଗାଇବାରେ ସୁବିଧା ସୃଷ୍ଟି ହୋଇଛି । 

ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ଜଳ ସଂପଦ ବିଭାଗ ପାଇଁ ଆହ୍ୱାନ ଥିଲା । ପାରଂପରିକ ଲାଇନିଂ ପଦ୍ଧତି ବ୍ୟତିରେକ ଗୁଣାତ୍ମକମାନ ସହିତ ସର୍ବଶ୍ରେଷ୍ଠ  ପଦ୍ଧତି ଅବଲମ୍ବନ କରି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସିମେଣ୍ଟ  କଂକ୍ରିଟ୍ ଜିଓ ସିନ୍ଥେଟିକ୍ ମାଟ୍ରେସ୍ ବ୍ୟବହାର କରାଯାଇ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟ ପକ୍ଷରେ ଏହା ଅପେକ୍ଷାକୃତ କମ୍ ବ୍ୟୟ ଓ ଶୀଘ୍ର ଶେଷ ହେବା ଦୃଷ୍ଟିରୁ ଏହି ନିଷ୍ପତି ନିଆଯାଇଥିଲା ।  ଏହି ପଦ୍ଧତି ବିଭିନ୍ନ ୟୁରୋପୀୟ ଦେଶ ଏବଂ ଆମ ଦେଶର କେତେକ ରାଜ୍ୟରେ ବହୁଳ  ବ୍ୟବହୃତ ହେଉଥିବା ଦୃଷ୍ଟେ ତାଳଦଣ୍ଡା କେନାଲ ପାଇଁ ଏହି ପଦ୍ଧତି ବ୍ୟବହାର ପାଇଁ ଚିନ୍ତା କରାଯାଇଥିଲା । ଓଡିଶା ନିର୍ମାଣ ନିଗମ ଲିମିଟେଡ୍( ଓସିସିଏଲ)କୁ  ମାର୍ଚ୍ଚ ୨୦୨୧ ସୁଦ୍ଧା ସାରିବା ପାଇଁ କାର୍ଯ୍ୟ  ଦିଆଯାଇଥିଲା ।  ତାଳଦଣ୍ଡା କେନାଲ ନିର୍ମାଣ କାର୍ଯ୍ୟ ଯୋଗୁଁ ଯେପରି ଜଳସେଚନ ଓ ଜନସାଧାରଣ ଅସୁବିଧାରେ ପଡିବେ ନାହିଁ, ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତିରେ ଏହି କାର୍ଯ୍ୟ କରାଯାଇଛି ।  ୨୩.୫୫ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ଶେଷ କରାଯାଇଛି । ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ  ସଂପୂର୍ଣ୍ଣ ହେବା ପାଇଁ କେନାଲକୁ ସଫା କରିବା ଓ ବିସ୍ଥାପନ କାର୍ଯ୍ୟରେ ସହଯୋଗ କରିବାରେ  କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଓ କଟକର ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା ବୋଲି ଜଳସଂପଦ ବିଭାଗ ତରଫରୁ କୁହାଯାଇଛି । 

 

0
0
0
s2sdefault