ହେଡଲାଇନସ୍:

   ଉନ୍ନତି ପଥରେ ଦେଓଗାଁ : କଳିକେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-07-18-kali.jpg - 65.55 kBଆଗାମୀ ଦିନରେ ଦେଓଗାଁ ବ୍ଲକର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି 

 ବଲାଙ୍ଗିର( ନିରୋଜ ମିଶ୍ର)  :   ସାଂସଦ କଳିକେଶ ନାରାୟଣ ସିଂଦେଓ ଙ୍କ ଦ୍ୱାରା ଦେଓଗାଁ ବ୍ଲକର ବହୁପ୍ରତିକ୍ଷିତ  ୩ କୋଟି ...ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ତଥା ଅଗ୍ନିଶମ କେନ୍ଦ୍ରର ଏବଂ କୁତୁର୍ଲ୍ଲା  ସୁରଧନୁ ଉଚ୍ଚ୍ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରିର  ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଅଛି । ଏହି କା୍ର୍ୟ୍ୟକ୍ରମର ପ୍ରାରମ୍ଭରେ ଦେଓଗାଁ ବ୍ଲକ ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଶୁଶିଳ କୁମାର ଚାନ୍ଦଙ୍କ ନେତୃତ୍ୱରେ ଦେଓଗାଁ ବଙ୍ଗଳା ଛକଠାରେ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କୁ ଶତାଧିକ କର୍ମୀ  ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବିରାଟ ପଟୁଆର ମୋଟର ସାଇକେଲ ର୍ୟାଲିରେ କୁତୁର୍ଲ୍ଲା ହାଇସ୍କୁଲକୁ ଯାଇ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫୦ ଲକ୍ଷ ଟଙ୍କା ରେ ନିର୍ମିତ ହୋଇଥିବା କୋଠାର ଶୁଭ ଉଦଘାଟନ କରିଥିଲେ । ତାପରେ ଜରାଶିଙ୍ଘା ପଞ୍ଚାୟତର ଚନ୍ଦ୍ରପୁରକୁ ଯାଇ ଦେଓଗାଁ ବାସିଙ୍କ ବହୁଦିନର ସ୍ୱପ୍ନ ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଜିଲ୍ଲା ଶିକ୍ଷା ଅଧିକାରୀ ଜରାଶିଙ୍ଘା ସରପଞ୍ଚ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ  ହୋଇଥିଲା । ଏହିକାର୍ଯକ୍ରମ ଚଲିଥିବା ସମୟରେ ଜରାଶିଙ୍ଘା ଓ ଦେଓଗାଁ ପଞ୍ଚାୟତର ଜନସାଧାରଣ ଏବଂ ବୁଦ୍ଧିଜିବି ଯୋଗଦାନ କରି ସାଂସଦଙ୍କୁ ସାଧୁବାଦ ଜଣାଇଥିଲେ । ପୁର୍ବରୁ  ସ୍ଥାନୀୟ ଲୋକେ  ସାଂସଦଙ୍କୁ ଦେଓଗାଁ ରେ ଏକ ଦମକଳ କେନ୍ଦ୍ର ପାଇଁ ଦାବୀ ଜଣାଇଥିଲେ । ତାଙ୍କ ଦାବୀକୁ ସାଂସଦ କଳିକେଶ ଯଥା  ସ୍ଥାନରେ ଉପସ୍ଥାପନ କରି  ପୋଲିସ ହାଉସିଂ ବୋର୍ଡ କର୍ପୋରେସନ ବିଭାଗ ତରଫରୁ ୫୬ ଲକ୍ଷ ୧୦ ହଜାର  ଟଙ୍କାରେ ନିର୍ମିତ ଏହି ବହୁ ପ୍ରତୀକ୍ଷିତ ଅଗ୍ନିଶମ ସେବା କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ହାଉସିଂବୋର୍ଡ କର୍ପୋରେସନ ର ଡିଭିଜନାଲ ନିର୍ବାହୀ ଯନ୍ତ୍ରୀ ମଙ୍ଗୁଳି ଚରଣ ବେହେରା, ଏସ ଡି ଓ ଶୁନିଲ ରାଏ ଏବଂ ଅଗ୍ନିଶମ ବିଭାଗର ଡେପୁଟି ଫାୟର ଅଫିସର ସଞ୍ଜିବ ପଧାନ ତଥା ଜିଲା ଅଗ୍ନିଶମ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ନିଜର ପ୍ରତିକ୍ରୀୟା ଦେଇ ସାଂସଦ କହିଥିଲେ ଯେ ବିଗତ ଦିନରେ ଦେଓଗାଁ ବ୍ଲକର ସମସ୍ତ ଗ୍ରାମ ବଲାଙ୍ଗିର ସଦର ମହକୁମା ଅଗ୍ନିଶମ ବିଭାଗ ଉପରେ ନିର୍ଭର କରୁଥିଲେ ଏବଂ ଏହି କେନ୍ଦ୍ର ପ୍ରତିଷ୍ଠା  ଦ୍ୱାରା ଦେଓଗାଁ ବ୍ଲକର ଲୋକେ ଠିକ ସମୟରେ ଅଗ୍ନିଶମ ବିଭାଗର ସୁବିଧା ନେଇପାରିବେ । ଏହାପରେ ସାଂସଦ ଜୁରଲାକାନି ଠାରେ ଏକ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ବ୍ଲକ ସଭାପତି ସୁଚନା ଦେଇ କହିଥିଲେ ଯେ ଆଗାମୀ ଦିନରେ ଦେଓଗାଁ ବ୍ଲକର ଅନେକ ଗୁଡିଏ ଉନ୍ନ୍ତି ମୁଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାକୁ ମଧ୍ୟ ଠିକ ସମୟରେ କା୍ର୍ୟ୍ୟକାରି କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଭାଗିୟ ଅଧିକାରୀଙ୍କ ସମେତ ଦେଓଗାଁ ବ୍ଲକ ୧୩ ନମ୍ବରେ ଜୋନ ଜିଲାପରିଷଦ ସଭ୍ୟ ଗୁରୁଦେବ ରଣା, ଜିଲା ଉପସଭାପତି ଉମାଶଙ୍କର ସିଂ, ରଜ୍ୟ ବିଜୁଯୁବ ଜନତା ଦଳର ଆବାହକ କୈଳାସ  ମହାନ୍ତି, ବିଭୁତି ଭୁଷଣ ମିଶ୍ର,  ସାଂସଦଙ୍କ ପ୍ରତିନିଧି ଶୈଳେନ୍ଦ୍ର ସାହୁ, ପୁର୍ବତନ ସରପଞ୍ଚ ଅନ୍ତର୍ଯ୍ୟମୀ ଭୋଇ କୁତିର୍ଲ୍ଲା ସମିତି ସଭ୍ୟ ରଞ୍ଜୁ ଭୋଇ ଧଣ୍ଡାମାଲ ସରପଞ୍ଚ ମଣ୍ଟୁ ଖମାରି,  ଜରାଶିଂଘା ସରପଞ୍ଚଚ କୁଶମଣି ମେହେର,  ପୁର୍ବତନ ଜିଲା ପରିଶଦ  ଗୋପାଳ ମିଶ୍ର, ସାଗର ସଙ୍ଗମ ସତପଥି, ସନ୍ତୋସ ଦନ୍ତା, ଆଶିର୍ବାଦ ସାହୁ, ତୁଷାର, ଗୋପାଲ ସିଂ ନିନା, ସଞ୍ଜୟ ସେଖର ସିଂଦେଓ, ସଞ୍ଜୟ ହୋତା, ଶୁନିଲ ମେହେର, ଶିଙ୍କୁ ସାହୁଙ୍କ ସମେତ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସହ ଶତାଧି କର୍ମି ଯୋଗଦାନ ଦେଇଥିଲେ ।

 

0
0
0
s2sdefault