ହେଡଲାଇନସ୍:

ରଥଯାତ୍ରା ପାଇଁ ଡିଜି ନେଲେ ବୈଠକ, ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-07-18-dg.jpg - 66.94 kB

ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ

ଭୁବନେଶ୍ୱର :  ଆସନ୍ତା ଜୁଲାଇ ୧୪ ତାରିଖରେ ପୁରୀ ଠାରେ  ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ  ଶୃଙ୍ଖଳାର ସହ  ସମାପନ ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର ଠାରେ  ଆରକ୍ଷୀ ମହାନିର୍ଦ୍ଦେଶକ  ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇ ବିଭିିନ୍ନ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇଛି |  ପ୍ରମୁଖ କାର୍ଯ୍ୟକ୍ରମ  ନବଯୌବନଦର୍ଶନ, ଶ୍ରୀଗୁଣିିଚା ଯାତ୍ରା, ବାହୁଡା, ସୁନାବେଶ  ଓ ନିଳାଦ୍ରୀବିଯେ  ଦିନ ପର୍ୟାପ୍ତ ସଂଖ୍ୟକ  ରପାଲିସ ବ୍ୟବସ୍ଥା କରାଇ  ଶୃଙ୍ଖଳାର ସହ ଓ ନିରାପଦରେ ଶ୍ରଦ୍ଧାଳୁ ଦର୍ଶନାର୍ଥୀମାନେ କେମିତି ଦର୍ଶନ ପାଇଁ ପାରିବେ ତାହାରି ଉପରେ ଯତ୍ନବାନ ହେବ ପାଇଁ ଡିଜି ଦାୟିତ୍ୱରେ ଥିବା ପୋଲିସ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | 

ସୂଚନା ମୁତାବକ ଚଳିତ ବର୍ଷ ରଥଯାତ୍ରାରେ ୧୪୫ ସଶସ୍ତ୍ର ପୋଲିସ ପ୍ଲାଟୁନ ନିୟୋଜିତ ହେବେ |  ୧୦୦୦ ରୁ ଉର୍ଧ୍ଵ ପୋଲିସ ଅଧିକାରୀ, ୨୦୦୦ ହୋମ୍ଗାର୍ଡ , ଦୁଇ କଂପାନୀ କେନ୍ଦ୍ରୀୟ ରପିଡ଼ ଆକ୍ସନ ଫୋର୍ସ,  ଦୁଇ କଂପାନୀ ରାଜୟ ସୁଇଫଟ୍ ଆକ୍ସନ ଫୋର୍ସ  (Swift Action Force), ଦୁଇ ୟୁନିଟ  ଏସ୍.ଓ.ଜି, ଏକ ୟୁନିଟ  ଏନ୍.ଡି.ଆର୍.ଏଫ ଓ ଦୁଇ ୟୁନଟ୍ ଓଡିଆରଏଫ  ନିୟୋଜିତ  | କୌଣସି ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ପାଇଁ ଏନ୍.ଏସ୍.ଜି ର ଏକ ଦଳକୁ ସଜାଗ ରଖିବାକୁ କେନ୍ଦ୍ର  ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଡିଜି ଡ଼ ଶର୍ମା ସୂଚନା ଦେଇଛନ୍ତି |  ରଥଯାତ୍ରା ସମୟରେ  ଆଭୟନ୍ତରୀଣ ସୁରକ୍ଷା, ଆକାଶ ପଥରୁ ସୁରକ୍ଷା, ଜଳ ଭାଗରେ ସୁରକ୍ଷା  ଓ ପରିବହନ ,ଟ୍ରାଫିକ ପରିଚାଳନା, ପର୍କିଙ୍ଗ ସ୍ଥାନ ନିରୂପଣ, , ମହିଳା , ଶିଶୁ, ବରିଷ୍ଠ ନାଗରିକଙ୍କ ସୁରକ୍ଷା,ବିଶିଷ୍ଟ ବ୍ୟକ୍ତି ମାନଙ୍କର ସୁରକ୍ଷା  ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରି ରଣନୀତି ପ୍ରସ୍ତୁତକରାଯାଇଥିଲା |  ଚଳିତ ବର୍ଷ  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ  ସତ୍ୟଜିତ ମହାନ୍ତି ସମୁଦାୟ ରଥଯାତ୍ରା ପରଚିାଳନା ଦାୟିତ୍ୱରେ ରହିବେ | 

ଏହାଛଡା  ଟ୍ରାଫିକ ନିୟନ୍ତ୍ରଣ , କର୍ଡନ  ପରିଚାଳନା, ମନ୍ଦିର ମଧ୍ୟର ଓ ବାହାରର  ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭାବେ  ଆଇ.ଜି ପାହ୍ୟାର ଅଧିକାରୀମାନଙ୍କୁ ଦାଇତ୍ୱ ନ୍ୟସ୍ତ କରାଯାଇଛି |  

0
0
0
s2sdefault