ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ମଧ୍ୟରେ ରହିଥିବା ଜଳାଶୟ ମାନେ ଏବେ ଅସୁରକ୍ଷିତ ଭାବରେ ପଡି ରହିଛି । ଏହାର ପୁନରୁଦ୍ଧାର କରାଯାଉନାହିଁ | ଫଳରେ ଅଜଣା ଲୋକମାନେ କବଜା କରୁଥିବା ଅଭିଯୋଗ ସାମନାକୁ ଆସୁଛି । ପଦ୍ମପୁର ଏନଏସି ଏକ ନମ୍ବର ଓ୍ବାର୍ଡରେ ମେଜେରକଟା ଜଳାଶୟ ରହିଛି । ଏହା ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଅପରିଷ୍କାର ଅବସ୍ଥାରେ ପଡିରହିଛି । ଏହାର ସୁଯୋଗ ନେଇ କେହିଜଣେ ଅଜଣା ବ୍ୟକ୍ତି ସର୍ବସାଧାରଣଙ୍କ ଅଜାଣତରେ ଏବଂ ସରକାରଙ୍କ ସମ୍ମତିବିନା ଜଳାଶୟରେ ମନ୍ଦିର ନିର୍ମାଣ କରୁଥିବା ନେଇ ପଡାବାସୀ ପଦ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହି ଜଳାଶୟକୁ ରକ୍ଷଣାବେକ୍ଷଣ କଲେ ପଦ୍ମପୁର ସହରର ଜନସାଧାରଣ ଉପକୃତ ହେବେ ବୋଲି କହିଛନ୍ତି । ଅଭିଯୋଗର ତଦନ୍ତ ପାଇଁ ଉପଜିଲ୍ଲାପାଳ ପଦ୍ମପୁର ତହସିଲଦାରଙ୍କୁ ଆଦେଶ ଦେଇଛନ୍ତି ।
ରାଜ୍ୟ
ପଦ୍ମପୁର ସହରର ମେଜେରକଟାକୁ ବେଆଇନଭାବେ କବଜା କରିଥିବା ନେଇ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ।
- Hits: 1891