ହେଡଲାଇନସ୍:

ଦୀପାଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ହୁଇଲ ଚେୟାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ନଥିପତ୍ର ସଂଗ୍ରହ

ପଦ୍ମପୁର :  ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଜଣେ ଦିବ୍ୟାଙ୍ଗ ଶିଶୁ "ହୁଇଲ ଚେୟାର" ପାଇଛନ୍ତି | ଏହାସହ ଆଶୀର୍ବାଦ ଯୋଜନାରେ ସାମିଲ ହୋଇ ଆର୍ଥିକ ସହାୟତା ସହିତ  ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି | 

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଜାଡ଼ିହି ଗ୍ରାମର ବାସ କରନ୍ତି ଏକ ଅସହାୟ ପରିବାର  ଜାହା ମଧ୍ୟରେ ରହିଛନ୍ତି ଜଣେ  ଦିବ୍ୟାଙ୍ଗ ବାଳିକା ଚିଙ୍କି ନେଗୀ | ସେ ଶାରୀରିକ ଦୁର୍ବଳତା ଯୋଗୁଁ ଚାଲିବୁଲି ପାରନ୍ତି ନାହିଁ | କିଛିଦିନ ତଳେ ତାଙ୍କ ବାପା ବୈଦବୁଡା ନେଗୀ ଆରପାରିକୁ ଚାଲିଯାଇଛନ୍ତି | ଚିଙ୍କି ଏବଂ ତାଙ୍କ ମାଆ ନିଜ ଘର ନ ଥିବାରୁ ନିଜର ପୁତୁରା ଘରେ ଆଶ୍ରୟ ନେଉଛନ୍ତି | ଏ ବିଷୟରେ ସାମାଜିକ କର୍ମୀ ତଥା ସ୍ୱେଚ୍ଛାସେବୀ ଦୀପା ବାରିକ ଉକ୍ତ ପରିବାରକୁ ସାହାଯ୍ୟ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣେଇଥିଲେ | ଏହାର ପ୍ରଭାବରେ ବୁଧବାର ଦିନ ପାଇକମାଲ ବ୍ଲକ ତରଫରୁ ଚିଙ୍କିଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଛି ବୋଲି ପାଇକମାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର ସୂଚନା ଦେଇଛନ୍ତି | ଏହାଛଡ଼ା ଉକ୍ତ ପରିବାରକୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ରହିଛି | ଆହୁରି ମଧ୍ୟ ଦୀପା ଉକ୍ତ ଦିବ୍ୟାଙ୍ଗ ଶିଶୁଟିର ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗେଇଦେବା ସହ ଅଗ୍ରାଧିକାର ଭିତ୍ତିରେ ଉକ୍ତ ବିଧବା ମହିଳାଙ୍କ ପାଇଁ ଆବାସ ଯୋଜନାରେ ଘରଖଣ୍ଡେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି | ଦୀପାଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବିଶେଷ ପ୍ରଶଂସା କରାଯାଇଛି।

0
0
0
s2sdefault