ନୂଆଦିଲ୍ଲୀ : କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ୱ ନେବା ପରେ ଚର୍ଚ୍ଚାରେ ଥିବା ଓଡିଶାରୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ ଓଡିଶା ପ୍ରକଳ୍ପ ଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଶ୍ରୀ ବୈଷ୍ଣବ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ସ୍ଥିତି, ଗତି ଓ ପ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଓଡ଼ିଶାର ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକ କେମିତି ପୂର୍ଣ୍ଣାଙ୍ଗ ହୋଇପାରିବ ଓ ଏ କ୍ଷେତ୍ରରେ କି କି ଅଚଳାବସ୍ଥା ରହିଛି ସେ ସମସ୍ତ ବିଷୟରେ ଅବଗତ ହୋଇଥିଲେ । ଓଡ଼ିଶାରେ ରେଳ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରାଯିବା ସହ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ସମୀକ୍ଷା ଅବସରରେ ଶ୍ରୀ ବୈଷ୍ଣବ ଗୁରୁତ୍ବ ଦେଇଥିଲେ । ଶ୍ରୀ ବୈଷ୍ଣବ ସମୀକ୍ଷା କରିଥିବା ପ୍ରକଳ୍ପ ଗୁଡିକ ନିମ୍ନମତେ |
ରାଜ୍ୟ
ଅଶ୍ୱିନୀଙ୍କ ରାତିଅଧିଆ ସମୀକ୍ଷା : ଓଡିଶା ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ
- Hits: 589