ହେଡଲାଇନସ୍:

ମେଡିକାଲ କଲେଜ ଜାଗାକୁ ନେଇ ବିଭିନ୍ନ ବର୍ଗରେ ଭିନ୍ନ ମତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଦାବୀ : ବ୍ୟାସନଗର ଇନ୍ଦିରାଗାନ୍ଧୀ ପଡିଆ ଠାରେ  ମେଡିକାଲ କଲେଜ ପ୍ରତିଷ୍ଠା ହେଉ 

ଯାଜପୁର ରୋଡ(ଜୟଶଙ୍କର ଦାଶ) : ବୁଧବାର ବ୍ୟାସନଗର ନାଗରିକ କମିଟି ପକ୍ଷରୁ ବ୍ୟାସନଗର ଇନ୍ଦିରାଗାନ୍ଧୀ ପଡିଆ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ମେଡିକାଲ କଲେଜ କଳିଙ୍ଗନଗର ଠାରେ ପ୍ରତିଷ୍ଠା କରିବା ପାଇଁ ଦାବୀ କରାଯାଇଥିଲା । ଯାଜପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କର ୧୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ‘ଚ୍ୟାଲେଜିଂ ମୋଡରେ ତିଆରି ହେବପାଇଁ ଅନୁମୋଦିତ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଏହି ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ଆଦର୍ଶ ମେଡିକାଲ କଲେଜରେ ପରିଣତ କରିବାର ଭିତିଭୂମି ପ୍ରସ୍ତୁତି ଓ ଉପଯୁକ୍ତ ସ୍ଥାନ ନିରୂପଣ ପାଇଁ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଚ୍ୟାଲେଜିଂ ବା ଆହ୍ୱାନ ରୂପେ ଗ୍ରହଣ କଲେ ସେଥିପାଇଁ ଠିକ୍ ଭାବରେ ଉପଯୁକ୍ତ ସ୍ଥାନ, ଜମିର ସୁଲଭତା, ଭମିଷ୍ୟତର ପ୍ରସାରଣ ପାଇଁ ଜମି, ଗମନାଗମନ ସୁବିଧା, ଜଳ, ବିଦ୍ୟୁତ୍, ଡ୍ରେନେଜ୍ ଓ ପରିବେଶ ଇତ୍ୟାଦିର ସୁବିଧା, ଆର୍ଥିକ ଅବସ୍ଥାର ସ୍ୱଛଳ ପାଇଁ ବ୍ୟବସାୟ କେନ୍ଦ୍ର, ଶିଳ୍ପାଂଚଳ ତଥା ଜମି ଓ ଜନସଂଖ୍ୟାର ସାନ୍ଦ୍ରତା ଏ ସବୁ ଦିଗକୁ ବିଚାର କଲେ ଯାଜପୁର ଜିଲ୍ଲା ଓ କଳିଙ୍ଗନଗରର ଏକ ରକମର କେନ୍ଦ୍ରସ୍ଥଳରେ ଥିବା ବ୍ୟାସନଗର ଦମକଳ କେନ୍ଦ୍ର ପାଖ ଇନ୍ଦିରାଗାନ୍ଧୀ ପଡିଆ ଓ ଏହାର ଆଖପାଖ ଅଂଚଳ ସବୁ ଦୃଷ୍ଟିରୁ ଏକ ଉପଯୁକ୍ତ ସ୍ଥାନ । ଯାଜପୁର ଜିଲ୍ଲା ଏହାର ଖଣିଜ ସମ୍ପଦ ଓ ମାନବ ସମ୍ବଳ ତଥା ଜଳ ସମ୍ପଦ ପାଇଁ ଭାରତର ଏକ ବିତଶାଳୀ ଜିଲ୍ଲା । ଏଠାରେ ଏହି ମେଡିକାଲ କଲେଜର ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ । ଏଣୁ ଏ ସବ ବିଷୟକୁ ବିଚାରକୁ ନେଇ ସ୍ଥାନ ନିରୂପଣ କରିବା ପାଇଁ ଆମ୍ଭେ କର୍ତୃପକ୍ଷଙ୍କ ନିକଟରେ ଦାବୀ କରୁଛୁ । ତରବରିଆ ଭାବରେ ଜିଲ୍ଲାବାସୀଙ୍କର ଆବଶ୍ୟକତା ଓ ଭବିଷ୍ୟତକୁ ବିଚାର ନକରି ଦୂରଦୃଷ୍ଟି ସହ ଧ୍ୟାନ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିବାକୁ କହିଥିଲେ । ଏଥିପାଇଁ ଯଥାଶୀଘ୍ର ଉନ୍ନତ ଓ ପ୍ରତିଷ୍ଠିତ  ମେଡିକାଲ କଲେଜ ଓ ହସପିଟାଲର ପରିଚାଳନା ଅଧ୍ୟକ୍ଷଙ୍କ ସହ ଏକ ଉଚ୍ଚସ୍ତରୀୟ ମନୋନୟକ କମିଟି ଯୁଦ୍ଧକାଳୀନ ଭିତିରେ ଗଠନ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ହେବ ଏବଂ ଏହାଦ୍ୱାରା କେବଳ ଯାଜପୁର ନୁହେଁ, କେନ୍ଦୁଝର, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାବାସୀ ମାନ ମଧ୍ୟ ଉପକୃତ ହୋଇପାରିବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନାଗରିକ କମିଟିର ସଭାପତି ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ଦୁର୍ଯ୍ୟୋଧନ  ରାଉତ ମେଡିକାଲ କଲେଜର ଭିତିଭୂମି ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ହୃଷିକେଶ ସାହୁ, କୃଷ୍ଣଚନ୍ଦ୍ର ସାମଲ ପ୍ରମୂଖ ବହୁ ନାଗରିକ କମିଟିର କର୍ମକର୍ତା ଯୋଗଦେଇଥିଲେ ।

 

                                                    ଯାଜପୁର ରୋଡ ମିଳିତ ଓକିଲ ସଂଘ ପକ୍ଷରୁ ଦାବୀ : ପାଣିକୋଇଲି ଠାରେ ହେଉ  ପ୍ରସ୍ତାବିତ ମେଡିକାଲ କଲେଜ 

ଯାଜପୁର ରୋଡ(ବିଶ୍ୱଜିତ ମାଝୀ) : ମଙ୍ଗଳବାର ରାତିରେ ଯାଜପୁର ରୋଡର ସମସ୍ତ ଓକିଲ ସଂଘ ତରଫରୁ ଏକ ମିଳିତ ବୈଠକ ସ୍ଥାନୀୟ ରୟାଲ କଳିଙ୍ଗ ହୋଟେଲରେ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ପାଣିକୋଇଲି ଠାରେ ମେଡିକାଲ କଲେଜ ପ୍ରତିଷ୍ଠା  କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ପ୍ରକାଶ ଥାଉକି ପାଣିକୋଇଲି ଯାଜପୁର ଜିଲ୍ଲାର କେନ୍ଦ୍ରସ୍ଥଳ ଅଟେ । ଗମନାଗମନ ଦୃଷ୍ଟିରୁ ଏବଂ ଏହି ଅଂଚଳରେ ୨୦୦ ଏକ ସରକାରୀ ଜମି ଥିବାରୁ ମେଡିକାଲ କଲେଜ ସ୍ଥାପନ ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି ସର୍ବସମ୍ମତି କ୍ରମେ ମତାମତ ଦେଇଥିଲେ । ସରକାରଙ୍କ ନିୟମ ଅନୁସାରେ ଏହା ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଠାରୁ ୧୦ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଥିବାରୁ ଏହା ଉକୃଷ୍ଟ ସ୍ଥାନ ବୋଲି ବିବେଚନା କରାଗଲା । ଏହି ବୈଠକରେ ବ୍ୟାସନଗର ବାର୍ ତରଫରୁ ସଭାପତି ନାରାୟଣ ପ୍ରସାଦ ପତି, ସମ୍ପାଦକ ରବିନ୍ଦ୍ର କୁମାର ନାୟକ, ଯାଜପୁର ରୋଡ ବାର୍ ସଭାପତି ସରୋଜ କର, ସମ୍ପାଦକ ଅଚ୍ୟୁତାନନ୍ଦ ଦାସ ଏବଂ ଟ୍ୟାକ୍ସ ବାର୍ ଆସୋସିଏସନର ସଭାପତି ବିବେକାନନ୍ଦ ମହାନ୍ତି, ସମ୍ପାଦକ ପ୍ରଫୁଲ୍ଲ ସାମଲ ଏବଂ ଓକିଲ ରଜତ୍ ରାଉତ ଉପସ୍ଥିତ ଥିଲେ । 

  

 

0
0
0
s2sdefault