ହେଡଲାଇନସ୍:

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିର ରଥଯାତ୍ରା କୋଭିଡ୍ କଟକଣାର ୧୪୪ ଧାରା ଜାରୀ ଯୋଗୁଁ ବିନା ଭକ୍ତରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ-ଓଡିଶା ତଥା ପଡୋଶୀ ଆନ୍ଧ୍ର ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିବା ପାରଳାଖେମୁଣ୍ଡିର "ଉପାନ୍ତ ଶ୍ରୀକ୍ଷେତ୍ରର ରଥଯାତ୍ରା ଆଜି କୋଭିଡ୍ କଟକଣା ଯୋଗୁଁ  ଜିଲ୍ଲା ପ୍ରଶାସନ ଓ  ପୋଲିସର ନିର୍ଦ୍ଦେଶ କ୍ରମେ ୧୪୪ ଜାରି ମଧ୍ୟରେ ବିନା ଶ୍ରଦ୍ଧାଳୁ ଭକ୍ତରେ ରଥଯାତ୍ରା ପାଳିତ ହୋଇଯାଇଛି । 

ମନ୍ଦିର ସେବାୟତ ମାନଙ୍କ ଗହଣରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ପରେ ଭୋର ସକାଳେ ଠାକୁର ମାନଙ୍କ ଆଳତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ପାରମ୍ପରିକ ଦେବ ରୀତିନୀତି ଅନୁଯାୟୀ ଦିନସାରା ଠାକୁର ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 ଏହି ସମୟ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ କୌଣସି ଶ୍ରଦ୍ଧାଳୁ ଭକ୍ତ ଯେଭଳି ପ୍ରବେଶ କରି ନ ପାରିବେ , ସେଥିପାଇଁ ପ୍ରଶାସନ ପକ୍ଷରୁ ବାରଣ କଟକଣା ଜାରି କରା ଯାଇଥିଲା ।

   

ଏଥିପାଇଁ ଗତକାଲି ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ,  ଅତିରିକ୍ତ ଏସପି ଓ ଏସଡିପିଓ:ଙ୍କ ଉପସ୍ଥିତିରେ ରଥଯାତ୍ରା ଦିନ ସକାଳ ୬ ରୁ ରାତି ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ମନ୍ଦିରର ୧୦୦ ମିଟର ଦୂରତା ପରିଧି ମଧ୍ୟରେ  ଧାରା ୧୪୪ ଜାରୀ ରଖାଯାଇଥିବା ଓ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଥିବା ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଥିଲେ ।

  ମନ୍ଦିରର ପରିସରର ଉଭୟ ପାର୍ଶ୍ଵରେ କୋଭିଡ୍ କଟକଣାର ୧୪୪ ଜାରୀ ଯୋଗୁଁ ଦେଢ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦ ଜଣ ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ପାଇଁ ମୃତୟନ ରହିଛନ୍ତି । 

ମାଜିଷ୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା  , ଅତିରିକ୍ତ ଏସପି: ଶ୍ରୀ ବାମଦେବ ସିଂହ , ଏସଡିପିଓ: ଶ୍ରୀ ରାମକୃଷ୍ଣ ପତି , ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା ଓ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

   ମନ୍ଦିର ପରିସରରେ କୋଭିଡ୍ କଟକଣାର ଧାରା ୧୪୪ ଜାରୀ ଯୋଗୁଁ ବହୁ ଶ୍ରଦ୍ଧାଳୁ ଭକ୍ତ ଆସି ଠାକୁରଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରି ଯାଉଥିବା ଦେଖାଯାଇଥିଲା ।

0
0
0
s2sdefault