ହେଡଲାଇନସ୍:

କରୋନା କଟକଣା  ରଥଟଣା ଓ ଜଗନ୍ନାଥଙ୍କ ଦର୍ଶନରେ  ବାଧକ ସାଜିଲା : ଭକ୍ତ ନିରାଶ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି, : ଗତ ଦୁଇବର୍ଷ ଧରି କରୋନା ସଂକ୍ରମଣ ଯୋଗୁଁ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏଥିସହ ଲକଡାଉନ ଓ ସଟଡାଉନ ଲୋକଙ୍କ ପାଇଁ ଅଧିକ ବୋଝ ହୋଇପଡିଛି । ତେବେ ବର୍ତମାନ ରାଜ୍ୟର କିଛି ଜିଲ୍ଲାରେ କଟକଣାକୁ କୋହଳ କରାଯାଇଥିବା ବେଳେ ସଂକ୍ରମଣକୁ ଦୃ‌ଷ୍ଟିରେ ରଖି ରଥଯାତ୍ରା ଉପରେ କଟକଣା ଲଗାଯାଇଛି । ବିଶେଷ କରି ରଥ ଯାତ୍ରାରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା, ଆଶିର୍ବାଦ ଭିକ୍ଷା କରିବା ଏବଂ ରଥ ଦୌଡିକୁ ଛୁଇଁଦେଲେ କୋଟି ଜନ୍ମର ସୁଫଳ ମିଳିଥାଏ ବୋଲି ବଣ୍ଡ ଦାଣ୍ଡରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭୀଡ଼ ଜମିଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ପୁରୀ ବ୍ୟତୀତ ଓଡିଶାର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରାକୁ ନିଷେଧ କରା ଯାଇଛି । ଯାହାଫଳରେ ଆଜି ମାଲକାନଗିରି ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ କୌଣସି ଭକ୍ତ ନଥିବାର ଦେଖାଯାଇଥିବା ବେଳେ ରଥ ନ ଥିବାରୁ ସଂପୃକ୍ତ ଅଞ୍ଚଳ ଖାଁ ଖାଁ ଲାଗୁଛି । କେବଳ ବିଧି ପାଳନ ପାଇଁ ଅଳ୍ପ ସଂଖ୍ୟକ ସେବାୟତ ଓ ପୁଜକ ମନ୍ଦିର ଭିତରେ ପୁଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଅନେକ ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିଲେ ମଧ୍ୟ ସିଂହଦ୍ୱାରରେ ପୋଲିସ ପହରା ଯୋଗୁଁ କାହାକୁ ଭିତରକୁ ଛଡା ଯାଉନାହିଁ । ଯାହାଫଳରେ ଭକ୍ତ ମାନଙ୍କ ମନରେ ନୈରାଶ୍ୟ ମନୋଭାବ ସୃଷ୍ଟି ହେବା ସହ ଦୂରରୁ ପ୍ରଣାମ କରି ଫେରି ଯାଉଥିବା ଦେଖିବାକୁ ମିଳିଛି । କେବଳ ମାଲକାନଗିରି ସଦର ମହକୁମା ନୁହେଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ପରିସରର ଅବସ୍ଥା ଅନୁରୂପ ରହିଛି ।

0
0
0
s2sdefault