ହେଡଲାଇନସ୍:

୫୦ ହଜାର ଟଙ୍କା ସହ ଗଞ୍ଜେଇ ଜବତ : ଦୁଇଜଣ ମହିଳାଙ୍କ ସମେତ ୩ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ା ଜିଲ୍ଲା:- ଗତ କାଲି ଟିକିରି ପୋଲିସ ପକ୍ଷରୁ ବଡଧରଣର ସଫଳତା। ରାଜ୍ୟ ବାହାରକୁ ଚାଲାଣ ହେଉଥିବା  ୩୯ କେଜିର ଗଞ୍ଜେଇ ଜବତ । ଏହି କାରବାରରେ ତିନିଜଣ କୁ ଗିରଫ କରାଯାଇଛି। ସେମାନେ  ହେଲେ ବିହାର ଅଞ୍ଚଳ ର ବୋଲି ପୋଲିସ ପକ୍ଷରୁ ଜାଣିବାକୁ ପାଇଛି। ଜବତ ଗଞ୍ଜେଇ ର ମୁଲ୍ୟ ଷାଠିଏ ହାଜର ଟଙ୍କା ର ବୋଲି ପୋଲିସ ଆକଳନ କରାଯାଇଛି। ଟିକିରି ଆଇଆଇସି ଛୁଟିରେ ଥିବା ବେଳେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ କ୍ରମେ କାଶିପୁର ଆଇଆଇସି ପ୍ରଶନ୍ନ ମିଶ୍ରଙ୍କ ଶହ ଟିକିରି ଥାନାର.ଏସଆଇ  ବିକାସ ପ୍ରଧାନ ଓ ଏଏସଆଇ ଭାସ୍କର ମୋରା ଏହା ସହିତ ଥାନା ଷ୍ଟାଫ୍ ଗାଡ଼ିଟି କୁ ଅଟକ ରଖି ଯାଞ୍ଚ ଖିରି ଟିକିରି ଥାନାକୁ ଅଣାଯାଇଥିଲା। ଗାଡ଼ି No-OD .23, E 9420 ସେହି ଗାଡ଼ି ରୁ 39 କେଜି ଗଂଜେଇ ରହିଥିବା ଜଣାପଡିଥିଲା। ସେଠା ରୁ ତିନିଜଣଙ୍କୁ କାବୁ କରାଯାଇଛି | ସେହି ତିନି ଜଣ ମଧ୍ୟରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ତାଙ୍କ ଠାରୁ 50.550 ଟଙ୍କା ସହ ତିନୋଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।କେସ୍ ନଂ 86/21, ଗାଡ଼ି ରେ ଯେଉଁ  ସବୁ ଗଞ୍ଜେଇ ଥିଲା  ଟିକିରି  ଥାନାରେ ଆଣି ଅଜନ କରାଯାଇଥିଲା।ଏଥିରେ ତିନିଜଣ କୁ କୋର୍ଟ ଚାଲାଣ କରାଯାଇଛି ।

 

0
0
0
s2sdefault