ହେଡଲାଇନସ୍:

ବେସହାରାକୁ କେହି ନାହିଁ ସାହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର ରୋଡ(ଜୟଶଙ୍କର ଦାଶ) ବ୍ୟାସନଗର ପୌର ପରିଷଦର ଗଣେଷ ବଜାରର ଏକ ପରିତ୍ୟକ୍ତ ଗୃହରେ ଜଣେ ବେସାହାର ବୃଦ୍ଧ ୩ ବର୍ଷ ହେଲା ଜୀବନ ସହ ସଂଘର୍ଷ କରି ଦିନ କଟାଉଛି । ମାଗି ଯାଚି ଖାଇ ଦିନ କଟାଉଛି । କେହି ବୋଲି ତାହାର ସାହାର ନାହାଁନ୍ତି । ଏମିତି ଏକ ବୃଦ୍ଧ ଦେଖିବାକୁ ମିଳିଛି ବ୍ୟାସନଗର ପୌର ପରିଷଦର ଗଣେଷ ମାର୍କେଟର କୈଳାସ ଚନ୍ଦ୍ର ତ୍ରିପାଠୀ (୮୫) । ତାହାର ଘର ଗଞ୍ଜାମ ଜିଲ୍ଲାର ବରହମପୁରର ପିତଳ ଶାସନରେ । ପରିବାର ବର୍ଗଙ୍କ ଠାରୁ ଉପେକ୍ଷିତ ହୋଇ ଚାଲିଆସିଥିଲା ଯାଜପୁର ରୋଡ ବା ବ୍ୟାସନଗରକୁ । ସେଠାରେ ଭିକ୍ଷାବୃତି କରି ଜୀବନ ବିତାଇବା ସଂଗେ ଏକ ପରିତ୍ୟକ୍ତ ଘରେ ବାସ କରୁଥିଲା । ଏବେ ତାହାର ଦେହ ଅସୁସ୍ଥ ଥିବାରୁ ଭିକ୍ଷାବୃତି କରିନପାରି ୨ ଦିନ ଧରି ଘରେ ଉପବାସରେ ଦିନ ବିତାଉଛି । ଏହାକୁ ଠାବ କରିଛନ୍ତି ଶ୍ରୀ ଜଗନ୍ନାଥ ସେବା ସମିତି ଧବଳଗିରିର ସଭାପତି ହିମାଂଶୁ ନାୟକ । ସେବା ସମିତି ପକ୍ଷରୁ ବୁଢାକୁ ଆଜି ଖାଇବାକୁ ଦିଆଯାଉଛି ଓ ଔଷଧ, ଲୁଗାପଟା ପ୍ରଦାନ କରିଛନ୍ତି । ବୃଦ୍ଧ କୈଳାସଙ୍କୁ ପଚାରିବାରୁ ସେ କହିଲେ ପରିବାରବର୍ଗଙ୍କ ଠାରୁ ଉପେକ୍ଷିତ ହୋଇ ଟ୍ରେନ୍ରେ ଯାଜପୁର ରୋଡ ସହରକୁ ପଳାଇ ଆସିଥିଲେ । ତାଙ୍କର ସମସ୍ତେ ଅଛନ୍ତି କିନ୍ତୁ ବର୍ତମାନ ସେ ବେସାହାରା । ବର୍ତମାନ ତାଙ୍କ ଦେହ ଖରାପ ହେତୁ ମାଗିବା ପାଇଁ ଯାଇପାରୁନାହାଁନ୍ତି । ଏଠାରେ ୨ ଦିନ ହେଲା ପଡି ରହିଛନ୍ତି । ଶ୍ରୀ ଜଗନ୍ନାଥ ଏବେ ତାଙ୍କ ସାହା ହୋଇଛନ୍ତି । ତାଙ୍କର ଭୋଟର କାର୍ଡ, ଆଧାର କାର୍ଡ ହଜିଯାଇଛି । ସେ ଭତା ମଧ୍ୟ ପାଉନାହାଁନ୍ତି । ଯାଜପୁର ରୋଡରେ ତାଙ୍କର ଭୋଟର ଲିଷ୍ଟ୍ ଥିଲେ ମଧ୍ୟ ସରକାରୀ ସାହଯ୍ୟ ମିଳୁନାହିଁ । ସେ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ଭିକ୍ଷାବୃତି ଓ କେଉଁଠାରେ କାର୍ଯ୍ୟ କରିବା ପାଇଁ ଯାଇପାରୁନାହାଁନ୍ତି । ଯିଏ ବିସ୍କୁଟ, ପାଉଁରୁଟି ଦେଲା ସେ ଖାଉଥିଲେ । ଶ୍ରୀ ଜଗନ୍ନାଥ ସେବା ସମିତି ତାଙ୍କର ଅବସ୍ଥା ଦେଖି ଖାଇବା ପାଇଁ ଦେଇଛନ୍ତି । କେତେଦିନ ଏଭଳି ଭାବରେ ବଂଚିବେ ସେ ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ସେବା ସମିତି ପକ୍ଷରୁ ସେ ସୁସ୍ଥ ହେଲା ପର୍ଯ୍ୟନ୍ତ ତାଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିବାରୁ ଭଗବାନଙ୍କ ନିକଟରେ ଚିରରୂଣି ହୋଇଛନ୍ତି । ପୌର ପରିଷଦ, ଜିଲ୍ଲା ପ୍ରଶାସନ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି କୌଣସି ବୃଦ୍ଧାଶ୍ରମରେ ଶେଷ ଜୀବନ ପର୍ଯ୍ୟନ୍ତ ରଖିବା ପାଇଁ ଶ୍ରୀ ଜଗନ୍ନାଥ ସେବା ସମିତିର ସଭାପତି ହିମାଂଶୁ ନାୟକ, ସଂପାଦକ ଶକ୍ତି ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ଯାଜପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବେ ଦେବାକୁ ଦାବୀ ହେଉଛି । 

 

0
0
0
s2sdefault