ହେଡଲାଇନସ୍:

କୋରେଇ ବ୍ଲକ୍ କୃଷି ବିଭାଗ  ତରଫରୁ ଚାଷୀଙ୍କୁ ବିହନ ବିଶୋଧନ ସମ୍ବନ୍ଧୀୟ କର୍ମଶାଳା ଓ ଔଷଧ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର ରୋଡ(ବିଶ୍ୱଜିତ ମାଝୀ) : ଶୁକ୍ରବାର କୋରେଇ ବ୍ଲକ୍ ଅର୍ନ୍ତଗତ ତଳଗଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତଳଗଡ ଗ୍ରାମର ପ୍ରାୟ ୫୦ ରୁ ୬୦ ଜଣ ଚାଷୀଙ୍କୁ କୋରେଇ ବ୍ଲକ୍ କୃଷି ବିଭାଗ ତରଫରୁ ବିହନ ବିଶୋଧନ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଭାଗର ରୋଗ ପୋକ ବିଶେଷଜ୍ଞ ଯାଜପୁର ରୋଡର ସ୍ୱତଞ୍ଜୟ ଦାସ, ସହକାରୀ କୃଷି ଅଧିକାରୀ ବରୁଣ୍ଡେଇ ଅଜୟ କୁମାର ପରିଡା, ଗ୍ରାମ୍ୟ କୃଷି କର୍ମଚାରୀ ତଳଗଡ ରଞ୍ଜିତା ସାହୁ, ତଳଗଡ ସରପଞ୍ଚ ସଂଧ୍ୟାରାଣୀ ରାଉତ, ସମିତି ସଭ୍ୟ ମନ୍ମଥ ଜେନା, ନାଏବ ସରପଂଚ ସୁବାସ ସ୍ୱାଇଁ, ତଳଗଡ ଗ୍ରାମପଞ୍ଚାୟତର କୃଷକ ସାଥୀ ମମତା ନାୟକ ଉପସ୍ଥିତ ରହି ଚାଷୀଙ୍କୁ ବିହନ କିପରି ବିଶୋଧନ କରାଯାଇ ତଳି ପକାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଏଥିରେ କୃଷି ଅଧିକାରୀ ମାନେ ଚାଷୀଙ୍କର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ଚାଷୀମାନେ ମଧ୍ୟ ତାଙ୍କ ଠାରୁ ଚାଷର ବିଭିନ୍ନ ପ୍ରଣାଳୀ ସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା କୃଷିଜାତ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଟ୍ରାକ୍ଟର, ପାୱାର ଟିଲର ଓ ବୋରିଂ ତଥା ଅନ୍ୟ ସୁବିଧା ସୁଯୋଗ ବିଷୟରେ ଚାଷୀମାନେ କୃଷି ଅଧିକାରୀଙ୍କ ଠାରୁ ଚାଷ ସମ୍ବନ୍ଧରେ ପଚାରି ଚାଷ ପ୍ରଣାଳୀ ବିଷୟରେ ବୁଝିଥିଲେ । ପ୍ରତ୍ୟେକ ଚାଷୀଙ୍କୁ ୧୦୦ ପ୍ୟାକେଟ୍ ବିହନ ବିଶୋଧନ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା ଏବଂ କିପରି ବିହନକୁ ବିଶୋଧନ କରି ତଳି ପକାଇବାର ପ୍ରଣାଳୀ ବୁଝାଇଥିଲେ । ସେହିପରି ୦୨.୦୭.୨୦୧୮ରେ ତାହାରପୁର ଗ୍ରାପଞ୍ଚାୟତରେ ତେନ୍ତୁଲିଖଂଟା ଗ୍ରାମରେ ମଧ୍ୟ ଏହିଭଳି କର୍ମଶାଳା ହୋଇଥିଲା । କାଚରାସାହି ପଞ୍ଚାୟତ ଅସନଗଡିଆ ଗ୍ରାମରେ ୦୩.୦୭.୨୦୧୮ରିଖରେ ଅନ୍ୟ ଏକ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ବୋଲି କୃଷି ଅଧିକାରୀ ମାନେ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇଥିଲେ । ତଳଗଡ ପଂଚାୟତରେ ଅନୁଷ୍ଠିତ କର୍ମଶାଳାରେ ଚାଷୀ ମାନଙ୍କ ମଧ୍ୟରେ ଭାସ୍କର ଚନ୍ଦ୍ର ରାଉତ, ବାବାଜୀ ଚରଣ ବେହେରା, ଲକ୍ଷ୍ମୀଧର ମଳିକ, ଅଭିନ ନାୟକ, ଶତୃଘ୍ନ ବେହେରା, ପ୍ରଦୀପ ରାଉତ ପ୍ରମୂଖ ବହୁ ଚାଷୀ ଯୋଗଦେଇଥିଲେ । 

 

0
0
0
s2sdefault