ପାଇକମାଲ:- ( ଗୌରାଙ୍ଗ ଚରଣ ଦାସ)
ପାଇକମାଲ ବ୍ଲକ ର ଚରଦାପାଲି ଗ୍ରାମ ପାୟତର ର ପ୍ରାୟ 7000 ଲୋକଙ୍କର ଦୁଃଖ ଓ ଅସୁବିଧା କହିଲେ ନସରେ। ସ୍ଵାଧୀନତା ପରେ ମଧ୍ୟ ଲୋକଙ୍କୁ ଏହି ଅଂଚଳରେ ନାନା ପ୍ରକାର ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ନିଜର ଅଧିକାର ପାଇଁ ବାରମ୍ବାର ଆନ୍ଦୋଳନ କରିବାକୁ ପଡୁଛି। ଲାଗୁଛି ସତେ ଯେମିତି ଏହି ପଂଚାୟତର ଜନସାଧାରଣ ଅଲୋଡ଼ା ହେଇ ପଡିଛନ୍ତି ପ୍ରଶାସନ ପାଇଁ। ପ୍ରଶାସନିକ ଅଧିକାରୀ ମାନଙ୍କର ନିକଟରେ ବାରମ୍ବାର ନିଜର ନ୍ୟାର୍ଯ ଦାବି କୁ ଉପସ୍ଥାପନ କଲା ପରେଭି ଅଧିକାରୀ ମାନେ କର୍ଣ ପାତ କରୁନାହାନ୍ତି। ଯାହା ଫଳରେ ଏ ଅଂଚଳ ବାସୀଙ୍କର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଗତି କରୁଥିବା ଏହି ପଞ୍ଚାୟତ ର ଜନସାଧାରଣ ଦାବି କରିଛନ୍ତି ଯେ ଚରଦାପାଲି ପଞ୍ଚାୟତ କୁ ପଡୋଶୀ ଛତିଶଗଡ଼ ରାଜ୍ୟରେ ମିଶାଇ ଦିଆଯାଉ।
ଚରଦାପାଲି ପଂଚାୟତ ପାଇକମାଲ ବ୍ଲକ ଠାରୁ ପ୍ରାୟ 40 କିଲୋମିଟର ଦୂର । ପାଇକମାଲ ବା ପଦ୍ମପୁର କୁ ଯିବା ଆସିବା ପାଇଁ ଅଙ୍ଗ ନଦୀରେ ଗୋଟେ ପୋଲ ନିର୍ମାଣ ପାଇଁ ଏ ଅଂଚଳ ର ଜନସାଧାରଣ ବହୁ ଦିନରୁ ଦାବି କରି ଆସୁଛନ୍ତି ହେଲେ ସେମାଙ୍କର ଦାବି ପୂରଣ ହେଉନଥିବାରୁ ବିଗତ ଦିନରେ ଅଂଚଳ ବାସୀ ବହୁଥର ଆନ୍ଦୋଳନ କରିଛନ୍ତି। ବର୍ଷା ଦିନରେ ଅଙ୍ଗ ନଦୀ ଉପରେ ଡ଼ଙ୍ଗା ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ଅଂଚଳର ହଜାର ହଜାର ଲୋକ। ପଦ୍ମପୁର ରୁ ସରେଇପାଲି କୁ ସଂଯୋଗ କରୁଥିବା ଏହି ରାସ୍ତା ରେ ପ୍ରତ୍ୟେକ ଦିନ ଛତିଶଗଡ଼ ରୁ ପଦ୍ମପୁର କଣ୍ଟାବାଞ୍ଜି ପଟଣାଗଡ ଓ ବଲାଙ୍ଗୀର କୁ ବହୁ ସଂଖ୍ୟା ରେ ଲୋକ ଓ ଭାରି ଯାନବାହନ ଚଳାଚଳ କରିଥାଏ। ଅଙ୍ଗ ନଦୀରେ ପାଣି ଆସିଗଲେ ସମସ୍ତ ଯାତାୟତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇପଡେ ଯାହାଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଇପଡନ୍ତି ଯାତାୟତ କରୁଥିବା ଲୋକ। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ଏହିସବୁ ଅଂଚଳ ବାସୀ ପଦ୍ମପୁର ଉପରେ ନିର୍ଭରଶୀଳ ହେଲେ ବର୍ଷା ଦିନର ଏହିଅଞ୍ଚଳର ପାଞ୍ଚ(5)ଖଣ୍ଡ ଗ୍ରାମ ବାସୀ ମାନେ ଜଳବନ୍ଦୀ ହୋଇ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ପଂଚାୟତ ର ଗସ୍ତିଡ଼ିହି ଗୁଂଛାଡ଼ିହି ଲହଣ୍ଡିପୁର ଓ ଲୁହୁରାକୋଟ ଗ୍ରାମର ବିଦ୍ୟାର୍ଥୀ ଓ ରୋଗୀ ମାନଙ୍କୁ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ପଞ୍ଚାୟତ କୁ ବର୍ଷା ଦିନର ପଦ୍ମପୁର ସହିତ ସଂଯୋଗ କରିବା ପାଇଁ ପ୍ରତ୍ୟେକ ବର୍ଷ ଲଖମରା ପଞ୍ଚାୟତ ତରଫରୁ ଅଙ୍ଗ ନଦୀର ଘାଟ କୁ ଡ଼ଙ୍ଗା ଚଳାଚଳ କରିବା ପାଇଁ ଠିକା ରେ ଡିଆଯାଇଥାଏ ହେଲେ ବର୍ତମାନ ସୁଦ୍ଧା ଚଳିତ ବର୍ଷ ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହେଇ ନଥିବା ଜଣା ପଡ଼ିଛି। ଗତ ବର୍ଷ ଯେଉଁ ଡ଼ଙ୍ଗା ଟିରେ ଲୋକ ଯିବା ଆସିବା କରୁଥିଲେ ସେ ଡଙ୍ଗା ଟି ବର୍ତମାନ ସମ୍ପୁର୍ଣ୍ଣ ଭାବରେ ବ୍ୟବହାର ପାଇଁ ଅନୁପଯୋଗୀ ବୋଲି ଅଂଚଳ ବାସି ଙ୍କର ଅଭିଯୋଗ । ଏବେ ଅଙ୍ଗ ନଦୀର ଉପର ମୁଣ୍ଡରେ ବର୍ଷା ହେଇଗଲେ 5 ଟି ଗ୍ରାମବାସୀ ମାନେ ନାହିଁନଥିବା ଦୁଃଖ ଭୋଗୀବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ଏହି ଅଂଚଳରୁ ପଡୋଶୀ ଛତିଶଗଡ ରାଜ୍ୟ ର ସୀମା ମାତ୍ର କେଇ କିଲୋମିଟର। ଏ ଅଂଚଳ ର ବସିନ୍ଦା ମାନେ ପାରିବାରିକ ସମ୍ପର୍କ ତଥା ବ୍ୟବସାୟ ପାଇଁ ବହୁ ମାତ୍ରା ରେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର। ଗତ କିଛି ବର୍ଷ ହେଲା ଲକ୍ଷ କରାଯାଉଛି ଯେ ଏହିଅଞ୍ଚଳର ବହୁତ ବିଦ୍ୟାର୍ଥୀ ମାନେ ପାଠ ପଢିବା ପାଇଁ ପଡ଼ୋଶୀ ରାଜ୍ୟ କୁ ଯାଉଛନ୍ତି। ତେଣୁ ରାଜ୍ୟ ସରକାର ଏହିଅଞ୍ଚଳର ସମସ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳ ବାସୀ ଜଣାଇଛନ୍ତି। ନଚେତ ଆଗକୁ ଛତିଶଗଡ ରେ ମିଶିବା ଦାବି କୁ ଆହୁରି ତୀବ୍ରତର କରାଯିବ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି।