ହେଡଲାଇନସ୍:

ମହାମହିମ ରାଜ୍ୟପାଳ କଣ ସରକାରଙ୍କୁ ନଜଣାଇ ଯେଉଁଥିରେ ବି ଗସ୍ତ କରିପାରିବେ!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-raajyapala.jpg - 32.53 kB

ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟପାଳଙ୍କୁ ଚିଠି ପ୍ରସଙ୍ଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ

 ଚିଠି ଲେଖିଥିବା  ଅଧିକାରୀଙ୍କ ବିରୋଧରେ ନିଆଯିବ,  ଖସି ଯାଉଛି ମନଇଚ୍ଛା ବିନ|ନୁମୋଦନରେ ହେଲିକପ୍ଟର ଦେଇଥିବା କମ୍ପାନୀ 

ଭୁବନେଶ୍ୱର(Girija Shankar Dash)  : ରାଜ୍ୟପାଳଙ୍କ ହେଲିକପ୍ଟର ଉଡାନ ବାବଦ ୪୬ ଲକ୍ଷ ତାଙ୍କ ଖର୍ଚକୁ ନେଇ ଚର୍ଚ୍ଚା ହୋଇଗଲା ସିନା ଏହିପ୍ରସଙ୍ଗରେ ସରକାର ପଡ଼ିଛନ୍ତି ଅକଳରେ |  ସୋସିଆଲ ମେଡିଆରେ ରାଜ୍ୟପାଳଙ୍କ ବିମାନ ଯାତ୍ରାକୁ ନେଇ କିଛି ଲୋକ ଗନ୍ଧିଆ ମତବ୍ୟ ଦେବାକୁ ବି ପଛେଇ ନାହାନ୍ତି | କେହି କେହି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରୁ କଟକ ହେଲିକାପ୍ଟର ନେଇ ଯିବା ପ୍ରସଙ୍ଗକୁ ନେଇ ସମାଲୋଚନା କରିଛନ୍ତି | ତେଣୁ ଏହାକୁ ଆଉ ଅଧିକ ନବଢାଇବା ପାଇଁ  ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ବିମାନ ଖର୍ଚ୍ଚକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠି ସମ୍ପର୍କରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଶୁକ୍ରବାର ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଲାଲ୍ ଙ୍କୁ ଭେଟିବା ସହ ·ଟାଡର଼୍ ଫ୍ଲାଇଟ୍ ଗସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି ବୋଲି ଜଣାଇଥିଲେ ଏବଂ ଚିଠି ଲେଖାଯାଇଥିବାରୁ ଦୁଃଖ ପ୍ରକାଶ କରିଥିଲେ  । ସେହିପରି ଭୁବନେଶ୍ୱରରୁ ସିର୍ସା ଗସ୍ତ ପାଇଁ ଚାଟାର୍ଡ  ଫ୍ଲାଇଟ୍ ବ୍ୟବହାର ସଂପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ପ୍ରଶାସନ ବିଭାଗରୁ ଯେଉଁ ଚିଠି ଯାଇଛି ସେ ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଗଭୀର ଦୁଃଖ ପ୍ରକାଶ କରିଥିଲେ  । ଏ ପ୍ରକାର ଚିଠି ପ୍ରେରଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କୁ ଜଣାଇଥିଲେ  ।ଏହାସହ ଏହି ଚିଠି ପଠାଇଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ  ନିଅ।ଯିବ ବୋଲି ଶ୍ରୀ ପାଢୀ କହିଛନ୍ତି । ଆଉ ସେଠାରୁ ଫେରିବା ପରେ ସମ୍ପୃକ୍ତ ଡେପୁଟି ସେକ୍ରେଟାରୀଙ୍କୁ କୈଫିୟତ ମଗାଯାଇଛି | ସ୍ୱାଭାବିକ କଥା | ରାଜ୍ୟର ଦାୟିତ୍ୱବାନ ସର୍ବୋଚ୍ଚ ଶାସନମୁଖ୍ୟଙ୍କୁ ଜଣେ ଓଏଏସ ଅଫିସର ପ୍ରଶ୍ନ କରି ଚିଠି ଲେଖିବେ ! ଅସୁନ୍ଦର ଲାଗିବ ନିଶ୍ଚୟ | 

ହେଲେ ସେ ଅଧିକାରୀ ଜଣକ କଣ ଲେଖିଲେ ! ସେ ଲେଖିଲେ ଯେ ମହାମହିମ ରାଜ୍ୟପାଳଂକ ଭୁବନେଶ୍ୱରରୁ ସିର୍ସା ଆଉ ସିର୍ସାରୁ ଭୁବନେଶ୍ୱର ଫ୍ଲାଇଟ ଦ୍ୱାରା ହେବ ବୋଲି ଅନୁମୋଦିତ ହୋଇଥିଲା | ରାଜ୍ୟପାଳଙ୍କ କାର୍ୟାଳୟରୁ ଋକୁଇଜିସନ କରାଯିବ ପରେ   ଟେଣ୍ଡର ହୋଇ କମ୍ପାନୀ ଚୟନ ହୋଇ ଥିଲା | କାରଣ ରାଜ୍ୟପାଲଙ୍କ ଗସ୍ତ ମାନେ ସବୁ ପ୍ରକାର ସୁରକ୍ଷା ନ ନିରାପତ୍ତା ଦିଗକୁ ଧ୍ୟାନ ଦେବା ସରକାରଂକ ଦାୟିତ୍ୱ | ତାଙ୍କର ଗସ୍ତ କେମିତି ନିରାପଦ ଓ ସୁଖକର ହୋଇପାରିବ ସେ ଦାଇତ୍ୱ ବି ସରକାରଙ୍କର | କୋଉ ଗାଡ଼ିରେ ଯିବେ କୋଉଠିକି ଯିବେ ତାହା ବି ସରକାରଙ୍କ ଜ୍ଞାତସାରରେ ରହିବ କଥା | ରାଜ୍ୟପାଳ କୌଣସି ସଭାକୁ ଗଲାବେଳେ ତାଙ୍କ ପାଇଁ ନିରାପତ୍ତା ଯାଞ୍ଚ ହୁଏ ଆଉ କୁକୁର ଆସି ଦିଥର ଜାଗା ଯାଞ୍ଚ କରିଥାଏ | ଆଉ ଯେତେବେଳେ ବିମନ ଯାତ୍ରା କରିବବଏ ସେତ ସରକାରଙ୍କ ଜ୍ଞାତସାରରେ ହେବ ସ୍ୱାଭାବିକ |  ତେଣୁ ସରକାର ଚୟନ କରିଥିବା କମ୍ପାନୀ  ସରକାର ଏ ସମ୍ପର୍କରେ ଅବଗତ ଥିଲେ | ହେଲେ ରାଜ୍ୟପାଲଙ୍କ ଫେରିବା ପରେ କମ୍ପାନୀ ଯେଉଁ ବିଲ ଦେଲା ସେଥିରେ ବ୍ୟତିକ୍ରମ ଥିଲା | ସେଥିରୁ ଜଣା ପଡିଲା ଯେ ରାଜ୍ୟପାଳ ଦିଲ୍ଲୀ ରୁ ସିର୍ସା ଆଉ ସିର୍ସାରୁ ଦିଲ୍ଲୀ ହେଲିକପ୍ଟର ବ୍ୟବହାର କରିଛନ୍ତି | ତେଣୁ ହେଲିକପ୍ଟର ବାବଦରେ ରାଜ୍ୟ ସରକାର ଅବଗତ ନଥିଲେ | କମ୍ପାନୀ ହେଲିକପ୍ଟର ବିଲ ଦେବା ପରେ , ସତ କି ମିଛ ଅବା କେଉଁଭଳି ପରିସ୍ଥିତିରେ ହେଲିକପ୍ଟର ବ୍ୟବହାର ହେଲା ତାହାରୀ ଉପରେ ଚିଠି ଲେଖି ଜାଣିବାକୁ ଚାହିଁଥିଲେ ସାଧାରଣ ପ୍ରଶାସନ ବିଭାଗର ସେହି ଡେପୁଟି ସେକ୍ରେଟାରୀ | କାରଣ ସରକାରୀ ବ୍ୟବସ୍ଥାରେ ବଜେଟ ବାଦେ ଖରଚ ହେଲେ ତାର ପୋଷ୍ଟ ଅନୁମୋଦନ ନିଆଯାଇପାରିବ | ହେଲେ ସବୁଠୁ ବଡ କଥା ହେଉଛି ନିରାପତ୍ତା ପ୍ରସଙ୍ଗ | ରାଜ୍ୟପାଳ କେଉଁ ହେଲିକପ୍ଟର ରେ ଯାଉଛନ୍ତି, ସେ ଗସ୍ତ ପୂର୍ବରୁ ସରକାର ଜାଣିବା ଦରକାର ଥିଲା | ମନେକର ସେ ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥାନ୍ତା, ଭଗବାନ ନକରନ୍ତୁ କିଛି ଅଘଟଣ ଘଟି ଯାଇଥାନ୍ତା !! ସେଠି ଦିଲ୍ଲୀରେ ଓଡିଶାର ରେସିଡେଣ୍ଟ କମିଶନର ରହୁଛନ୍ତି | ତାଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରି ହେଲିକପ୍ଟର ବ୍ୟବସ୍ଥା କରାଯାଇଥାନ୍ତା | ଆବଶ୍ୟକ ସ୍ଥଳେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରି ଓଡିଶାରୁ ହେଲିକପ୍ଟର ପଠାଯାଇଥାନ୍ତା ବା ସରକାର ଦିଲ୍ଲୀରୁ ବ୍ୟବସ୍ଥା କରିଥାନ୍ତେ | 

ରାଜ୍ୟପାଲ  କୁଆଡେ ଯିବେ, କଣ ଖାଇବେ, କେଉଁ ଗାଡ଼ିରେ ଯିବେ କେଉଁଠି ରହିବେ ତାହା ବହୁ ଆଗରୁ ଧାର୍ଯ୍ୟ ହୋଇଥାଏ ଓ ତାହା ସରକାରଙ୍କ ଜାଣତରେ ଥାଏ, କାରଣ ରାଜ୍ୟପାଲଙ୍କ ନିରାପତ୍ତା ଦାଇତ୍ୱ ସରକାରଙ୍କର | ତେଣୁ  ଭୁବନେଶ୍ୱରରୁ ସିର୍ସା ଆଉ ସିର୍ସାରୁ ଭୁବନେଶ୍ୱର ଫ୍ଲାଇଟ ଦ୍ୱାରା ହେବ ବୋଲି ଅନୁମୋଦିତ ହୋଇଥିଲାବେଳେ ସେଠାରୁ କେଉଁ ପରିସ୍ଥିତିରେ ହେଲିକପ୍ଟର ନେଲେ ରାଜ୍ୟପାଳ |  କାହିଁକି ସେ ଚେଞ୍ଜ କଲେ ନିଷ୍ପତ୍ତି ? ଆଗରୁ ଜାଣିନଥିଲେ କି ଯେ ବିମାନ ସିର୍ସା ପର୍ଯ୍ୟନ୍ତ ଯିବନି ? ଯଦି ଜାଣିଥିଲେ ତେବେ କାହିଁକି ହେଲିକପ୍ଟର ଗସ୍ତକୁ ସାମିଲ କଲେନାହିଁ ସରକାରଙ୍କ ଜାଣତରେ | ଯଦି ଅକସ୍ମାତ ନିଷ୍ପତ୍ତି ନେବାକୁ ପଡିଲା, ହେଲିକପ୍ଟର କିଏ ଦେଲା ? ସେ କମ୍ପାନୀ କେମିତି ଦେଲା ସରକାରଙ୍କୁ ନଜଣାଇ | ମହାମାନ୍ୟ ରାଜ୍ୟପାଳ ହେଲିକପ୍ଟରରେ ଯିବା କୌଣସି ଅସ୍ୱାଭାବିକ ନୁହେ , ହେଲେ ସେ କମ୍ପାନୀ ହେଲିକପ୍ଟର ଦେଲା କେମିତି ? ଟେଣ୍ଡରରେ ହେଲିକପ୍ଟର ନଥିଲା | ଆଉ ଗୋଟେ କଥା ସେଇ କମ୍ପାନୀର ହେଲିକପ୍ଟର ଥିଲା ବୋଲି ସିନା, ଯଦି ତାହାର ହେଲିକପ୍ଟର ନଥାନ୍ତା ତେବେ ରାଜ୍ୟପାଳ ମହୋଦୟ କଣ ଦିଲ୍ଲୀରୁ ସିର୍ସା ଯାଇନଥାନ୍ତେ ?? ଅଲବତ ଯାଇଥାନ୍ତେ ମହାମହିମ | ସରକାରଙ୍କୁ ମହାହାମହିମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଥାନ୍ତା, ସରକାର ଠିକ କରିଥାନ୍ତେ ହେଲିକପ୍ଟର | ତେଣୁ ମନ ଇଛା ସରକାରଙ୍କ ଅଜ୍ଞାତସାରରେ ହେଲିକପ୍ଟର ହେଲିକପ୍ଟର ଦେବା କଣ କମ୍ପାନୀର ତ୍ରୁଟି ନୁହେ ? ସରକାରଙ୍କ ଅଜ୍ଞାତସାରରେ ଯେଉଁ ଯାତ୍ରା ହେଲା ହେଲିକପ୍ଟରରେ, ସେତେବେଳେ ମହାମହିମ ଯଦି କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତେ ତେବେ ଉତ୍ତରଦାୟୀ ସରକାର ରହିଥାନ୍ତେ, ସେ ଅଭିଏସନ କମ୍ପାନୀ ନୁହେଁ | 

ତେଣୁ ସେ କମ୍ପାନୀ ମଧ୍ୟ ଦାଇତ୍ୱହୀନତା ପ୍ରଦର୍ଶନ କରିଛି ଓ ସରକାରଙ୍କ ଅଜାଣତରେ ମହାମହୀମଙ୍କୁ ହେଲିକପ୍ଟର ଦେଇଛି | ତେଣୁ କେଉଁ ପରିସ୍ଥିତିରେ ହେଲିକପ୍ଟର ବ୍ୟବହାର ହୋଇଛି ଓ ତାହା ସରକାରଙ୍କ ସ୍ୱର ଅନୁମୋଦିତ ହୋଇନଥିଲା ବୋଲି ଉଲ୍ଲେଖ କରି ଜଣେ ଅଫିସର ଚିଠି ଲେଖିବା ପରେ ଯେତେବେଳେ ତାଙ୍କର ଏହି ତ୍ରୁଟି(!) ପାଇଁ ମୁଖ୍ୟ ସଚିବ ଦୁଃଖ ପ୍ରକାଶ କରିପାରିଲେ, ତେବେ ସରକାରଙ୍କ ଅଜାଣତରେ ହେଲିକପ୍ଟର ଦେଇଥିବା ଅଭିଏସନ କମ୍ପାନୀକୁ ମଧ୍ୟ କୈଫିୟତ ମଗାଯାଉ | 

ସୂଚନାଯୋଗ୍ୟ ଯେ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଏକ ଚିଠି  ଲେଖାଯାଇଥିଲା । ଉକ୍ତ ଚିଠିରେ ଜୁନ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଲାଲ୍ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ  ଦିଲ୍ଲୀ ଯାଇଥିଲେ । ଯେଉଁଥିପାଇଁ ରାଜଭବନ ପକ୍ଷରୁ ୪୧ ଲକ୍ଷ ୧୮ ହଜାର ଟଙ୍କା ବିଲ୍ ଦିଅ ଯା।ଯାଇଥିଲା । ସେହିପରି ଦିଲ୍ଲୀରୁ ହେଲିକପ୍ଟର ଯୋଗେ ରାଜ୍ୟପାଳ ହରିୟାଣା ଶୀର୍ଷାକୁ ଯାଇଥିଲେ  । ଏହା ବାବଦରେ ହେଲିକପ୍ଟର ଭଡା ବାବଦକୁ ୫ ଲକ୍ଷ ଟଙ୍କା ବିଲ୍ ହୋଇଥିଲା । ରାଜ୍ୟପାଳ କେଉଁ ପରିସ୍ଥିତିରେ ଓ କେଉଁ ଉଦେ୍ଧଶ୍ୟରେ ଏହି ସ୍ଥାନକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ସହ ଏ ନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିଲା । ଏହା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । 

 "ହେଲେ ପ୍ରଶ୍ନ ଉଠୁଛି ସମଗ୍ର ରାଜ୍ୟର ଦାୟିତ୍ୱବାନ ମୁଖ୍ୟ ପ୍ରଶାସକ ମହାମହିମ ରାଜ୍ୟପାଳ କଣ ସରକାରଙ୍କୁ ନଜଣାଇ ଯେଉଁଥିରେ ବି ଗସ୍ତ କରିପାରିବେ ? ବିନା ନିରାପତ୍ତା ଯାଞ୍ଚରେ ଯାହଠୁ ତାହାଠୁ ହେଲିକପ୍ଟର ନେଇ ଯାଇପାରିବେ ? ଯେଉଁଠି ଯାହା ଦିଆଯିବ ଖାଇପାରିବେ ? "  

 

0
0
0
s2sdefault