ହେଡଲାଇନସ୍:

ଭକ୍ତଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-ratha.jpg - 113.10 kB

ପୁରୀରୁ ଜିଲ୍ଲା ପ୍ରତିନିଧି କୁମାର ଅଭିଶେଖ : ତିନିଠାକୁରଙ୍କ ପବିତ୍ର ତଥା  ପ୍ରସିଦ୍ଧ  ଘୋଷ ଯାତ୍ରା ଯେତିକି ନିକଟ ହେଉଛି ସେତିକି ତତ୍ପରତା ପ୍ରକାଶ ସରକାର ଓ ପ୍ରଶାସନ ପକ୍ଷରୁ | ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ |  ଖୋଦ ମୁଖ୍ୟମନ୍ତ୍ରୀ ନେଇଛନ୍ତି ସମୀକ୍ଷା ରାଡାଯାତ୍ରା ଆୟୋଜନର | କାରଣ ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତ ଯୋଗଦେବେ । ସେମାନେ କିପରି ଶୃଙ୍ଖଳିତ ଦର୍ଶନ, ପରିଚର୍ଯ୍ୟା, ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସ୍ୱାସ୍ଥ୍ୟ ପରିମଳକୁ ସଜଡ଼ା ଯାଇଛି । ରଥଯାତ୍ରାରେ ସେବାୟତମାନଙ୍କର ବଡ଼ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକରେ ଯୋଗଦେଇ କହିଛନ୍ତି । । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭକ୍ତଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ୱ  । ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବରେ ସମ୍ପତ୍ତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବକଙ୍କ ସହଯୋଗ ଲୋଡିଛନ୍ତି  । 

ଗୋପବନ୍ଧୁ ଆୟୁର୍ବେଦ ମହା ବିଦ୍ୟାଳୟରେ ଅନୁଷ୍ଠିତ  ଏହି ସମୀକ୍ଷା ବୈଠକରେ ରଥ ନିର୍ମାଣ, ଦ୍ରବ୍ୟ ଯୋଗାଣ, ରଥ ଦଉଡ଼ି ଯୋଗାଣ, ଚନ୍ଦନ କସ୍ତୁରୀ ମହଜୁଦ ରହିଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ କହିଥିଲେ । ରଥଯାତ୍ରାରେ ସ୍ୱାସ୍ଥ୍ୟ ମୁଖ୍ୟ ସମସ୍ୟା ହୋଇଥିବାରୁ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରି ସିଡ଼ିଏମଓ ହରି ପ୍ରସାଦ ପଟ୍ଟନାୟକ ଯୋଗଦେଇ ୧୬୭ ଜଣ ଡାକ୍ତର, ୨୧ ଜଣ ବିଶେଷଜ୍ଞ ଡାକ୍ତର, ୩୭୪ ଜଣ ପାରା ମେଡ଼ିକାଲ ଷ୍ଟାଫ ଯୋଗଦେବେ । ୬୮ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯିବ । ଜଳଯୋଗାଣକୁ ସୁନିୟନ୍ତ୍ରିତ କରାଯିବ । ବଡ଼ ଦାଣ୍ଡର ଦୁଇ ପାଶ୍ୱର୍ରେ ୨୫୦ ଟ୍ୟାପରେ ପିଇବା ପାଣି ଯୋଗାଇ ଦିଆଯିବ । ହ୍ୟାଣ୍ଡ ପମ୍ପ, ୧୦ଟି ଟ୍ୟାଙ୍କର ରଖାଯିବ । ଭକ୍ତମାନେ ପିଇବା ପାଣି ପାଇଁ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ସେହିପରି ପୌରସଂସ୍ଥା ପରିମଳ ସମ୍ପର୍କରେ ସୁବ୍ୟବସ୍ଥା ହୋଇଛି । ୨୫୫ଟି ନଳା ସଫା ହୋଇଛି । ପାଣି ଉଠାଇବା ପାଇଁ ପମ୍ପସେଟ ରଖାଯିବ । ରଥଯାତ୍ରାରେ ମଶାରୁ ରକ୍ଷା ପାଇଁ ମଶା ତେଲ ପକାଯିବ । ୭ଟି ମୋବାଇଲ ଟଏଲେଟ ବଡ଼ ଦାଣ୍ଡରେ ରହିବ । 

ସହରର ୪୩ଟି ରାସ୍ତାକୁ ଗମନାଗମନ ଉପଯୋଗୀ କରାଯାଇଛି । ଜାତୀୟ ରାଜପଥ ପକ୍ଷରୁ ଡ୍ରେନରେ ସ୍ଲାବ ପକାଇବା ସହ ସ୍ୱତନ୍ତ୍ର ଗାଡ଼ି ରଖାଯିବ । ଭୁବନେଶ୍ୱର-ପୁରୀ, ପୁରୀ-କୋଣାର୍କ ରାସ୍ତାରେ ସ୍ପିଡ଼ ବ୍ରେକର ଲଗାଯାଇଛି । ଲାଇଟ ଇଣ୍ଡିକେଟର ରଖାଯାଇଛି । ମହୋଦଧି ସ୍ନାନରେ ଲାଇଫ ଗାଡର଼୍, ଆମ୍ବୁଲାନସ ରହିବ । ପାଣି ସ୍ପେ୍ର କରାଯବ । ବିଦ୍ୟୁତ  ଯୋଗାଣ ନିରବଚ୍ଛିନ୍ନ କରାଯିବ । ରଥର ଆଗ ଓ ପଛରେ ଲାଇଟ ରହିବ । ଭୂତ କେବୁଲ ମରାମତି କରାଯାଇଛି । ୧୪ଟି କଣ୍ଟ୍ରୋଲ  ରୁମ୍ ଖୋଲାଯିବ । ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବସ ସହ ୨୦୦ରୁ ଉଦ୍ଧ୍ୱର୍ ଅଧିକ ବସ ·ଲିବ । ୧୮୪ ଟି ଅଧିକ ଟ୍ରେନ ପୁରୀକୁ ଚଳାଚଳ କରିବ । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ୧୧ଟି ଷ୍ଟଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ସାତଟି ଛକରେ ୩୦୦ଟି ଲାଇଫ ଗାଡର଼୍ ଦିଆଯିବ । ନରେନ୍ଦ୍ର ପୁଷ୍କରିଣୀରେ ଲେଜର ସୋ ପ୍ରଦର୍ଶିତ ହେବ ।

ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅଶୋକ ପଣ୍ଡା, ପ୍ରତାପ ଜେନା, ସାଂସଦ ପିନାକୀ ମିଶ୍ର, ବିଧାୟକ ତଥା ଚେୟାରମ୍ୟାନ ଏଷ୍ଟିମେଟ କମିଟିର ସଂଜୟ ଦାସ ବର୍ମା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ,  ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା,, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ସତ୍ୟଜିତ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଆରଡ଼ିସି ଡି.ଭି. ସ୍ୱାମୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ.ପି ସାର୍ଥକ ଷଢଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ନଗରପାଳ ଜୟନ୍ତ ଷଡଙ୍ଗୀ, କତା ନିଗମ ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି ।

0
0
0
s2sdefault