ହେଡଲାଇନସ୍:

ମୌଳିକ ଦାବି ନେଇ କାଉନସିଲମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-Councilor-Dabipatr.jpg - 57.35 kB

୧୫ ଦିନରେ ଦାବି ପୂରଣ ନ ହେଲେ ଜୋରଦାର ଆନେ୍ଦାଳନ ଧମକ

ଭଦ୍ରକ,ସତ୍ୟଭୂଷଣ ସ୍ୱାମୀ : ପୁରୁଣାବଜାର ଅଞ୍ଚଳର ୧୬ଟି ୱାର୍ଡ ଓ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କର ପ୍ରମୁଖ ମୌଳିକ ଦାବିକୁ ନେଇ ଆଜି ପୁରୁଣାବଜାର ଅଞ୍ଚଳର ୫ଟି ୱାର୍ଡର କାଉନସିଲର, ବିୁଦ୍ଧିଜୀବୀମାନେ ଜିଲ୍ଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏବଂ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁଙ୍କ ନେତୃତ୍ୱରେ ଜିଲ୍ଲାପାଳ, ଏସପି, ପୌରପାଳିକା, ସିଡିଏମ୍ଓ, ଜିଲ୍ଲାଶିକ୍ଷାଧିକାରୀ, ଟାଉନ ଥାନାଅଧିକାରୀ, ପୁରୁଣାବଜାର ଥାନା ଅଧିକାରୀ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାନୁଷ୍ଠାନକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । ବିଶେଷ କରି ପୁରୁଣାବଜାର ଅଞ୍ଚଳର ରାସ୍ତା, ଡ୍ରେନ ନିର୍ମାଣ, ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ  ଯୋଗାଣ, ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗାଣ, ଶିକ୍ଷାନୁଷ୍ଠନମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରାଯାଇଛି । ପୁରୁଣାବଜାରରେ ଥିବା ଏ.ଆର୍.ପି. ଡାକ୍ତରଖାନାରେ ଦୀର୍ଘ ୧୦/୧୨ବର୍ଷ ଧରି ସ୍ଥାୟୀ ଡାକ୍ତର ନାହାନ୍ତି । ଡେପୁଟେସନରେ କେତେବେଳେ ଡାକ୍ତର ଆସୁଛନ୍ତି ତ କେତେବେଳେ କମ୍ପାଉଣ୍ଡର ରୋଗୀକୁ ସେବା ଯୋଗାଉଛନ୍ତି । ପୁରୁଣାବଜାର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ବେଳେ ଏହି ଡାକ୍ତରଖାନାରେ ଏକ ଆମ୍ବୁଲାନ୍ସ ମଧ୍ୟ ନାହିଁ । ତେଣୁ ଏହି ଡାକ୍ତରଖାନାକୁ ସ୍ଥାୟୀ ଡାକ୍ତର ଓ ଆମ୍ବୁଲାନ୍ସ ଯୋଗାଣ ପାଇଁ ଦାବି କରାଯାଇଛି । ପୁରୁଣାବଜାର ଅଞ୍ଚଳର ରାସ୍ତା ଓ ଡ୍ରେନ ଅବସ୍ଥା ଅତ୍ୟନ୍ତ ଶୋଚନୀୟ  । ରାସ୍ତାରେ ଖାଲଖମା ଭର୍ତ୍ତି । ଯାହା ପାଇଁ ଦୁର୍ଘଟଣା ଘଟୁଥିବା ବେଳେ ଡ୍ରେନ ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ । ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ସେହିପରି ଏହି ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସାତ ସପନ । କି ଦିନ କି ରାତି ନିୟମିତ ବିଦୁ୍ୟତକାଟ ଜନସାଧାରଣଙ୍କ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରୁଛି । ସନ୍ଧ୍ୟା ହେଲେ ପିଲାମାନେ ପାଠ ପଢି ପାରୁ ନାହାନ୍ତିି କି ଘରେ ରହୁଥିବା ବୟସ୍କ ବୟସ୍କା ରୋଗ ଶଯ୍ୟାରେ ପଡି ଗରମରେ ଛଟପଟ ହେଉଛନ୍ତି । କାମ ଚାଲିଛି ବୋଲି କହି ବିଭାଗୀୟ ଅଧିକାରୀମାନେ ଖସି ଯାଉଛନ୍ତି । ଏହାକୁ ବାଦ୍ ଦେଲେ ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଅଞ୍ଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ  ନାରାୟଣଚନ୍ଦ୍ର ହାଇସ୍କୁଲ ସମେତ ଅଞ୍ଚଳରେ ଥିବା ପ୍ରାଥମିକ,ଉଚ୍ଚ ପ୍ରାଥମିକ, ନୋଡାଲ ସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟରେ ଅବାଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଯାହା ଫଳରେ ଛାତ୍ରଛାତ୍ରୀମାନେ ପାଠପଢାରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନାହାନ୍ତି । ଯାହା ପାଇଁ ଆଜି କଂଗ୍ରେସର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତି ଓ ନଗର ସଭାପତି ଅବଦୁଲ ମୋକିତ ଖାଁଙ୍କ ନେତୃତ୍ୱରେ ୨୩ ନଂ ୱାର୍ଡର କାଉନସିଲର ସେକ ଗୁଲାମ ମହିଉଦ୍ଧିନ, ୧୪ ନଂ ୱାର୍ଡର କାଉନସିଲର ଅତୁଲ୍ୟ କୁମାର ନାୟକ, ୨୯ନଂ ୱାର୍ଡ କାଉନସିଲର ଅଶୋକ ମହାପାତ୍ର, ୧୯ ନଂ ୱାର୍ଡ କାଉନସିଲର ଅସ୍ରଫଅଲ୍ଲୀ ଖାଁ, ୨୭ ନଂ ୱାର୍ଡ କାଉନସିଲର ସେକ ସମ୍ଦାନୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଜିଲ୍ଳାପାଳଙ୍କ ସମେତ ବହୁ ସରାକରୀ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । ୧୫ ଦିନ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ମିଳିତ ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତି ଚେତବାନୀ ଦେଇଛନ୍ତି ।

0
0
0
s2sdefault