ହେଡଲାଇନସ୍:

ବିଜୁ ମେମୋରିଆଲ ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ପାଇଁ ନିବେଦନ କଲା ବିଜୁ ପଟ୍ଟନାୟକ ସ୍ମୃତି ସାଂସଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରାଦୀପ (ଉପେନ୍ଦ୍ର ଗୁରୁ)  ପାରାଦୀପ ବନ୍ଦର ସ୍ରଷ୍ଟା ପ୍ରବାଦ ପୁରୁଷ,  ବିଜୁ ବାବୁଙ୍କ ନାମରେ ନାମିତ ବିଜୁ ମେମୋରିଆଲ ହସପିଟାଲକୁ ଓଡିଶା ସରକାରଙ୍କ ସୁପର ସ୍ପେସାଲିଷ୍ଟ ହସପିଟାଲ ଯୋଜନାରେ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଜନାରେ ବାଦ ପଡିଥିବା ଜଗତସିଂହପୁର ଜିଲ୍ଲାକୁ ଅନ୍ତରର୍ଭୂକ୍ତ କରିବାକୁ ଓଡିଶା ସରକାରଙ୍କୁ ନିବେଦନ କରି ପତ୍ର ଲେଖାଯାଇଛି ବୋଲି ବିଜୁପଟ୍ଟନାୟକ ସ୍ମୃତି ସଂସଦର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା  ସନ୍ତୋଷ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଖାଲି ଯେ ବିଜୁବାବୁ ପାରାଦୀପ ବନ୍ଦରର ସ୍ରଷ୍ଟା ଥିଲେ ତାହା ନୁହେଁ ବରଂ ବିଶ୍ୱ ଦରବାରରେ ଓଡିଶା ମାନଚିତ୍ରକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇପାରିଛନ୍ତି । ତାଙ୍କ ନାମରେ ନାମିତ ହୋଇଥିବା ପ୍ରଥମ ତଥା ଏକମାତ୍ର ସରକାରୀ ଡାକ୍ତରଖାନା ସରକାରୀ ସ୍ଥରରେ ନାମିତ କରାନଯିବା ଦୁଃଖ ଓ ପରିତାପର ବିଷୟ । ଏଠାରେ ପ୍ରକାଶ ଥାଉକି ପାରାଦୀପସ୍ଥିତ ବିଜୁ ମେମୋରିଆଲ ହସପିଟାଲରେ ପାରାଦୀପ ସମେତ ଜଗତସସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ୫୦ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଅଧିବାସୀ ଏହି ଡାକ୍ତରଖାନା ଉପରେ ନିର୍ଭରଶିଳ । ଏଠାରେ ପାରଦୀପ ବନ୍ଦର ସମେତ ଅନେକ ବୃହତ ଶିଳ୍ପ ସଂସ୍ଥା ଯଥା ପି.ପି.ଏଲ ସାର କାରଖାନା, ଇଫକୋ ସାରକାରଖାନା, ଭାରତିୟ ତୈଳ ନିଗମର ତୈଳ ବିଶୋଧନଗାର ପ୍ରକଳ୍ପ, ଏସ.ଆର ଷ୍ଟିଲ ପ୍ଲାଣ୍ଟ, ଗୋଆ କାର୍ବନ, କଳିଙ୍ଗ କାର୍ବନ, ବିଅର ଫ୍ୟକ୍ଟୋରୀ, ଖାଇବା ତେଲ କାରଖାନା, ବିଭିନ୍ନ ସାମୁଦ୍ରିକ ଖାଦ୍ୟ ପ୍ରକ୍ରୀୟା କରଣ ଶିଳ୍ପ, ଅଇ.ଓ.ସଏଲ, ଏଚ୍.ପି.ସି.ଲଲ, ଓ ବି.ପି.ସ.ଏଲର ତୈଳ ଓ ଗ୍ୟାସ ଡିପୋ, ଅନେକ ହୋଟେଲ ଶିଳ୍ପ, ଛୋଟ ବଡ କଳ କାରଖାନା, ଯାତ୍ରୀ ଓ ମାଲ ପରିବହନ ସଂସ୍ଥା, ସହଶ୍ରାଧିକ ମାଛ ଧରା ଟ୍ରଲର ମାଲିକ ଓ ଚାଳକ, ଭାରତୀ୍ର ତଟରଖି ବାହିନୀ, ଶିଳ୍ପ ନିରାପଦ ସଂସ୍ଥା,  ସତାଧିକ ବ୍ୟାଙ୍କ ଓ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଲକ୍ଷାଧିକ ଲୋକ ଓ ସେମାନଙ୍କ ପରିବାର ବିଜୁ ମେମୋରିଆଲ ହସପିଟାଲ ଉପରେ ନିର୍ଭର କରିବା ସହିତ ଆଖପାଖ ଅଞ୍ଚଳ ବାସୀଙ୍କ ଯାତାୟତ ନିମନ୍ତେ ଉତ୍ତମ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ରେଲ ଲାଇନର ସୁବ୍ୟବସ୍ଥାମାନ ରହିଛି । ତେଣୁ ପାରାଦୀପ ବନ୍ଦରାଞ୍ଚଳର ପ୍ରଥମ ତଥା ଏକ ମାତ୍ର ସରକାରୀ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ବିଜୁମେମୋରିଆଲ ହସ୍ପିଲାଟକୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲରେ ପରିଣତ କରିବାକୁ ବିଜୁପଟ୍ଟନାୟକ ସ୍ମୃତି ସଂସଦର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଓ ସବୁସ୍ଥରରୁ ଏହି ଦାବିକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ।  ଏହାର ଏକାକିତ ନକଲ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମାନ୍ୟବର ସ୍ୱାସ୍ଥ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିବାପାଇଁ ଦିଆଯାଇଛି ।      

 

0
0
0
s2sdefault