ହେଡଲାଇନସ୍:

ପାରାଦୀପ ରିଫାଇନାରୀ ଏମ୍ପ୍ଳୟିଜ ୟୁନିୟନର ଦୁଇ ନଂ ଗେଟରେ  ଧାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-paradip.jpg - 67.64 kBପାରାଦୀପ(ଉପେନ୍ଦ୍ର ଗୁରୁ) ଭାରତୀୟ ମଜୁଦୁର ସଂଘ ଦ୍ୱାରା ଅନୁବନ୍ଧିତ ଦ୍ୱାରା ପାରାଦୀପ ରିଫାଇନାରୀ ଏମ୍ପୋଇଜ ୟୁନିୟନ ତରଫରୁ ଆଇଓସିଏଲର ଦୁଇ ନଂ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପାରାଦୀପ ରିଫାଇନାରୀ ଏମ୍ପ୍ଲୟଇଜ  ୟୁନିୟନର ଅଧ୍ୟକ୍ଷ ବିରେନ୍ଦ୍ର ସିଂ ଚୌହାନ ଓ ସାଧାରଣ ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର ନାୟକ ନିଜ ବକ୍ତବ୍ୟରେ ରିଫାଇନାରୀ ମ୍ୟାନେଜମେଣ୍ଟର କମ୍ ସଂଖ୍ୟକ ପଦନ୍ୱତି ପାଇଁ ବିରୋଧ କରିଥିଲେ । ଏମ୍ପ୍ଳୟିଜ  ମାନେ ପ୍ରତିକୂଳ ପରିସ୍ଥିତି ଥାଇ ମଧ୍ୟ ଗତ ୪ବର୍ଷରୁ ରିଫାଇନାରୀର ମୂଳଦୁଆରୁ ଆରମ୍ଭ କରି କମିସନିକ ବଷରୁ ରିଫାଇନାରୀ ମୂଳଦୁଆରୁ ଆରମ୍ଭ କରି କମିସନରୁ ନେଇ ପୁର୍ଣ୍ଣମାତ୍ରାରେ ଚଳାଇବା ପାଇଁ ନିଜର ସମ୍ପୁର୍ଣ୍ଣ ସମୟ ଓ ତ୍ୟାଗ ମାଧ୍ୟମରେ ରିଫାଇନାରୀକୁ ଦେଶର ସବୁଠାରୁ ବଡ ରିଫାଇନାରୀ ଭାବରେ ପରିଣତ କରିଛନ୍ତି । କିନ୍ତୁ ମ୍ୟାନେଜ୍ମେଣ୍ଟର ଏହିପରି ଘୃଣ୍ୟ ଓ ନୀଚ ମନୋଭାବକୁ କଡା ଶବ୍ଦରେ ନିନ୍ଦା କରିଥିଲେ । ଶେଷରେ ସହ ଅଧ୍ୟକ୍ଷ ଶ୍ରୀ ଓମ୍ ପ୍ରକାଶ ଚୌରାକୋଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଧାରଣା ପ୍ରଦର୍ଶନରେ ପାରାଦୀପ ରିଫାଇନାରୀ ଏମ୍ପ୍ଳୟିଜ ୟୁନିୟନର ଅନ୍ୟତମ ୱେଲଫେୟାର ସେକ୍ରେଟାରୀ ଶିବ ଶଙ୍କର ବେହେରା ଓ ସତ୍ୟଜିତ ପ୍ରାଣିଗ୍ରାହିଙ୍କ ସମେତ ସତାଧିକ କର୍ମଚାରୀ ସାମିଲି ଥିଲେ ବୋଲି ସଂଘର ସାଧାରଣ ସମ୍ପାଦକ ବିରେନ୍ଦ୍ର ସିଂ ଚୌହାନ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।  

 

0
0
0
s2sdefault