ହେଡଲାଇନସ୍:

କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ- ୨୦୨୧ "ବୃକ୍ଷ ହିଁ ଜୀବନ"  କାର୍ଯ୍ୟକ୍ରମ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ସ୍ଥିତ ଏଚଡିଏଫସି: ବ୍ୟାଙ୍କ ଏବଂ ଦେବଗିରି ବନାଞ୍ଚଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ସପ୍ତାହ-୨୦୨୧ "ବୃକ୍ଷ ହିଁ ଜୀବନ" କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଷ୍ଣୁଚୁଡା ବୃକ୍ଷ ଲଗାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଡିଏଫଓ: ଶ୍ରୀ ସଂଗ୍ରାମ କେଶରୀ ବେହେରା , ଏସିଏଫଓ: ଶ୍ରୀ ଗୌରୀ ପ୍ରସାଦ ରଥ , ଏଚଡିଏଫସି ବ୍ୟାଙ୍କର ଶାଖା ମ୍ୟାନେଜର ଶ୍ରୀ ସୁବ୍ରତ ଚୌଧୁରୀ ଓ ମ୍ୟାନେଜର ଶ୍ରୀ ଜଗନ୍ନାଥ ପାଢ଼ୀ , କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ କେ: ଆନନ୍ଦ ବାବୁ ପ୍ରମୁଖ ଉପସ୍ଥିତ ଅତିଥିମାନେ ବୃକ୍ଷ ରୋପଣ କରଥିଲେ । 

ବନ-ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟଅତିଥି ଡ଼ଃ ମିଶ୍ର କହଥିଲେ ଯେ , ମୁଖ୍ୟତଃ ସାଧାରଣ ଜନମାନସରେ ବୃକ୍ଷରୋପଣ ଉପରେ ଅଧିକ ସଚେତନତା ସୃଷ୍ଟି କରିବା ସହ ବର୍ତ୍ତମାନ ପରିସ୍ଥିତିରେ  ପରିବେଶରେ ଯେଉଁ ଉତ୍ତାପ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନ ଭଳି ଅସନ୍ତୁଳନ ଦେଖା ଦେଉଛି , ତାକୁ ସାମନା କରି କିଭଳି ନିବାରଣ କରିବା , ଏହାହିଁ ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ । 

ତେଣୁ ପ୍ରତ୍ୟେକ ବ୍ୟକ୍ତି , ସମ୍ଭବତଃ ଯେ କୌଣସି ସ୍ଥାନରେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବା ସହ ତାହାକୁ ଏକ ବୃକ୍ଷରେ ପରିଣତ କରିବାରେ ସହାୟକ ହୁଅନ୍ତୁ। 

ଗଛ ଲଗାଇ ତାକୁ ବୃକ୍ଷରେ ପରିଣତ କରିବା ପରେ ତା' ଉପରେ ଅନୁଶୀଳନ କଲେ ଦେଖିବେ , ଯେ  ବୃକ୍ଷଟି ତାର ଜୀବନଶୈଳୀ ଭିତରେ ପ୍ରାୟ ୨୬ ହଜାର ଟନ  ଅମ୍ଳଜାନ ଦେଇଥାଏ ଏବଂ  ସେହି ବୃକ୍ଷ ରୋପଣ କରି ଆପଣ ହିଁ ସେହି ଅମ୍ଳଜାନ ସୃଷ୍ଟିର ଏକ ମେସିନ ସ୍ଥାପନ କରିବାରେ ସହାୟକ ହେଲେ। 

ଏମିତିଭାବେ ଆମେ ସମସ୍ତେ ଯଦି ଗୋଟିଏ ଲେଖାଏଁ ଗଛ ଲଗାଇବା ତା'ହେଲେ ଆମ ପରିବେଶରେ ଯେଉଁ ଉତ୍ତାପ ବୃଦ୍ଧି ହେଉଛି , ତାହା ନିଶ୍ଚିତ ଭାବେ ହ୍ରାସ ପାଇବ ଏବଂ ଆମେ  ନିଶ୍ଚିତ ଭାବେ ଏକ ସନ୍ତୁଳିତ ପରିବେଶ ପାଇପାରିବା  ବୋଲି କହିଥିଲେ । 

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ମୋଟ ୪୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ରକମର ଯଥା:-ବିଷ୍ଣୁଚୁଡା , କୃଷ୍ଣଚୁଡା , କରଞ୍ଜ , କଦମ୍ବ , ଅଁଳା , କାଜୁ , ପଣସ ପ୍ରଭୃତି ଗଛ ଲଗାଯାଇଥିଲା । 

ଏହି ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ସୁବ୍ରତ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକଗଣ , ଏଚଡିଏଫସି ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ , ଚନ୍ଦ୍ରଗିରି ବନାଞ୍ଚଳର ରେଞ୍ଜର ଶ୍ରୀ ଏମ୍ . ନରସିଂହମ , ଦେବଗିରି ବନାଞ୍ଚଳର ରେଞ୍ଜର ଶ୍ରୀଅରୁନ କୁମାର ବେହେରା , ଫରେଷ୍ଟର ଶ୍ରୀ ଶ୍ୟାମ ସୁନ୍ଦର କଳିଙ୍ଗ , ଫରେଷ୍ଟର ଶ୍ରୀ ଅମୃତ ଜେନା ପ୍ରମୁଖଙ୍କ ସମେତ ବହୁ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault