ରାଜଗାଙ୍ଗପୁର,(ବିଷ୍ଣୁ ଭୌମିକ) ରାଜଗାଙ୍ଗପୁର ପୁଲିସ ସ୍ଥାନୀୟ ଷ୍ଟେସନପଡ଼ାର ଏକ ଭଡ଼ାଘରେ ଚାଲୁଥିବା ଅନ୍ଲାଇନ୍ସ ଜୁଆ ଆଡାରେ ଅତର୍କିତ ଚଢ଼ଉ କରି ୫ ଜଣଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଭୋପାଳର ଷଣ୍ଡୁପାଲି ଜଗଦିଶ(୨୪), ଭିଲାଇ ଦୁର୍ଗ ଖୁରସିପାର ମାଣ୍ଡୁ କାର୍ତ୍ତିକ(୨୦), ରାୟପୁର ଗୁଡିଆରି ରାମନଗରର ଆୟୂଷ ବାମ୍ବେକର(୧୯), ଭିଲାଇ ଦୁର୍ଗ ସୁପେଲାର ମହେନ୍ଦ୍ର ଜେଡମ (୨୦) ଓବଡ଼ଗାଁ ଗଙ୍ଗାଜଲର ପ୍ରଦୀପ ଯାଦବ(୨୦)। ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ଆଇଫୋନ୍ ସମେତ ୧୯ଟି ମୋବାଇଲ ଫୋନ୍, ୨ଟି ଏଚ୍ପି ଲାପଟପ୍, ମଲଟିପଲ୍ ସିମ୍ କାର୍ଡ ଆଦି ଜବତ ହୋଇଥିଲା । ରାଜଗାଙ୍ଗପୁର ଥାନା କେସ୍ ନଂ ୪୬୪/୮/୯/୨୦୨୫, ณ ชนิด যাাং (৭)/৭৩ (৭)/४०(१)/৭(৪) ଓ ଓଡ଼ିଶା ଜୁଆ ନିୟନ୍ତ୍ରଣ ଆକ୍ସ ସେକ୍ସନ-୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୫ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ରେଡି ଆନ୍ନା, ଫେୟାର ପ୍ଲେ, ଗୋଲଡ୍ ୩୬୫, ଲେଜର ୨୪୭ ନାମକ ବେଆଇନ ‘ମହାଦେବ ବୁକ୍ ଆପ୍’ ଜରିଆରେ ଏହି ଜୁଆଖେଳ ଚଳାଇଥିଲେ । କୌଣସି ସୂତ୍ରରୁ ଏକ ଗୁପ୍ତ ସୂଚନା ପାଇ ରାଜଗାଙ୍ଗପୁର ପୁଲିସର ଏକ ଟିମ୍ ସୋମବାର ଅପରାହ୍ନ ପ୍ରାୟ ୧୨ଟା ୧୫ରେ ଷ୍ଟେସନପଡ଼ାସ୍ଥ ମଧୁବିଲଡିଂ ଅତର୍କିତ ଚଢ଼ଉ କରିବା ସହ ୫ ଜଣଙ୍କୁ କାବୁ କରିଥିଲେ।
ରାଜ୍ୟ
ଅନ୍ଲାଇନ୍ସ ଜୁଆ ମ୍ୟାକେଟ୍ ଠାବ: ଷ୍ଟେସନପଡ଼ାରେ ଚଢ଼ଉ, ୫ ଗିରଫ
- Hits: 10