ହେଡଲାଇନସ୍:

ରାଜ୍ୟ ବନ ସଂରକ୍ଷକଙ୍କ ଓଡ଼ଗାଁ ଗସ୍ତ,ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ରଙ୍ଗଣିପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ଗାଁ ବନବିଭାଗ ଦ୍ୱାରା ଆୟୋଜିତ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ ଯୋଗଦେଇ ଉପସ୍ଥିତ ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀର ମା ଓ ଭଉଣି ମାନଙ୍କୁ କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ବର୍ଷରେ ଚଳିତ ମାସ ଆଗାମୀ ୧୭ ତାରିଖ ସୁଦ୍ଧା ୭୫ ଲକ୍ଷ ଚାରା ରୋପଣ ଅଭିଯାନ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । କେବଳ ବନବିଭାଗ ନୁହେଁ, ଅନ୍ୟ ସମସ୍ତ ଲାଇନ୍ ବିଭାଗ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାରା ରୋପଣ ଅଭିଯାନକୁ ସଫଳ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ । ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଶିଶୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଂଙ୍ଗୀତ ସହିତ ଗଛଟିଏ ମୁଁ ଗଛଟିଏ ଦଳଗତ ନୃତ୍ୟ ସଂଙ୍ଗୀତ ପରିବେଷଣ ଅତିଥି ମାନଙ୍କ ମନ କିଣିନେଇଥିଲା । କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବର୍ଚ୍ଚନ ବେହେରା , ସହକାରୀ ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୁଲି, ଅମ୍ରିତ୍ ସାହୁ, ଓଡ଼ଗାଁ ରେଞ୍ଜର ଅଭିମନ୍ୟୁ ମଲିକ ପ୍ରମୁଖ ଯୋଗଦେଇଥିବା ବେଳେ ଓଡ଼ଗାଁ ବନଖଣ୍ଡ ସରିତା ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଙ୍ଗଣିପାଟଣା ସରପଞ୍ଚ ସସ୍ମିତା ପାତ୍ର ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଅଭିବାଦନ ଜଣାଇବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଗସ୍ତ ଅବସରରେ ମହିପୁର ବନାଞ୍ଚଳ ଗୁମିଠାରେ ନିର୍ମାଣ ହୋଇଥିବା ଶିକାରୀ ନିରୋଧୀ ଶିବିରକୁ ଉଦଘାଟନ କରିବା ସହିତ ଓଡ଼ଗାଁ ବନାଞ୍ଚଳ ବାହାଡାଝୋଲା ସେକ୍ସସନ ବାଲିସିଂଶା ବଧୁଲିପୁର ବନିକରଣ ବ୍ୟବସ୍ଥାକୁ ବୁଲି ଦେଖିଥିଲେ । ବନରକ୍ଷୀ ସୈ।ମ୍ୟରଞ୍ଜନ ଦଳେଇ, ଉଦ୍ଧବ ପ୍ରଧାନ, ଦିଲ୍ଲୀପ୍ ପ୍ରଧାନ, ଅଲିଭା ବରାଳ, ଦିପ୍ତିମୟୀ ରାଉତ ଏବଂ ସମସ୍ତ ସ୍କାଡମାନେ ସହଯୋଗ କରିଥିଲେ ।

0
0
0
s2sdefault