ହେଡଲାଇନସ୍:

ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ମୌଳିକ ସୁବିଧାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-jajpur.jpg - 57.18 kB

ଯାଜପୁର(Jayshankar Dash)

ଶିଳ୍ପାନୁଷ୍ଠାନ ଓ ଖଣିମାଲିକମାନେ ବିସ୍ଥାପିତ ହେଉଥିବା ଲୋକ ଓ ଅନ୍ୟାନ୍ୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ବାଧ୍ୟ । ସେମାନେ କେବଳ କଥା ବା କାଗଜରେ ତାହାକୁ ନ ଦର୍ଶାଇ ବାସ୍ତବରେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ତାଗିଦ କରିଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ପ୍ରତିଷ୍ଠା  ଓ ଖଣି ଅଂଚଳର ପରିପାର୍ଶ୍ଵିକ  ଉନ୍ନୟନ, ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଗୁଡିକ ସଂପର୍କରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଶିଳ୍ପାନୁଷ୍ଠାନଟିଏ ବା ଖଣିଟିଏ ପ୍ରତିଷ୍ଠା  ହେବାରେ ସ୍ଥାନୀୟ ବାସିନ୍ଦା ମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।ପ୍ରତିଷ୍ଠା  ସମୟର ପ୍ରକିଶୃତିକୁ କମ୍ପାନୀମାନେ ଭୁଲିଯାଉଛନ୍ତି । ଯାହା ଫଳରେ ଅତି ସାଧାରଣ ମୌଳିକ ସୁବିଧା ଯଥା, ରାସ୍ତାଘାଟ, ପିଇବାପାଣି, ବିଜୁଳି, ଚିକିତ୍ସା ସୁବିଧା, ଶିକ୍ଷା ପାଇଁ ବିଦ୍ୟାଳୟ, ଥଇଥାନ ବସ୍ତିର ଉନ୍ନତିକୁ ଅଣଦେଖା କରାଯାଉଛି ଯାହା ଘୋର ଉଦ୍ବେଗର ବିଷୟ । ବିଭିନ୍ନ ସମୟରେ ଆସୁଥିବା ଗୃହକମିଟି ମଧ୍ୟ ସେ ସବୁକୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯେଉଁଥିପାଇଁ ଲୋକମାନଙ୍କର କମ୍ପାନୀ ଓ ପ୍ରଶାସନ ପ୍ରତି ଭରଷା ତୃଟି ଯାଉଛି । ତେଣୁ ପ୍ରତ୍ୟେକ କମ୍ପାନୀ ଯୁଦ୍ଧକାଳୀନ ଭିତ୍ତିରେ ଏହି ମୌଳିକ ସମସ୍ୟାଗୁଡିକୁ ପୂରଣ ପାଇଁ ସେ ନିର୍ଦ୍ଦେଶ  ଦେଇଥିଲେ । ଅପରପକ୍ଷରେ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାର ଆଂଚଳିକ ଅଧିକାରୀ ଏହାକୁ ତଦାରଖ କରି ରିପୋର୍ଟ ଦେବା, କାର୍ଯାନୁଷ୍ଠାନ  ଗ୍ରହଣ କରିବା, ଡି.ଏଫ୍.ଓ ବ୍ୟାପକ ବୃକ୍ଷରୋପଣକୁ ତ୍ୱାରାନ୍ୱିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କମ୍ପାନୀ ଅଂଚଳଗୁଡିକୁ ଅନୁଧ୍ୟାନ କରି ଯେଉଁଠାରେ ଭୂତଳ ଜଳ ନିମ୍ନଗାମୀ ହେଉଛି ସେ ସଂପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଜଳ ପରିମଳ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାକୁନିର୍ଦ୍ଦେଶ  ଦିଆଯାଇଛି । କମ୍ପାନୀମାନେ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଭାବେ ସେମାନଙ୍କର ବିକାଶମୂଳକ ଓ ପାରିପାଶ୍ୱିକ ଉନ୍ନୟନକୁ ତ୍ୱାରାନ୍ୱିତ କରନ୍ତୁ ଯାହା ଫଳରେ ଲୋକମାନେ ଯଥା ଶିଘ୍ର ସୁଫଳ ପାଇବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତାରାଶଙ୍କର ମିଶ୍ର, ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା, ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାର ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ, ସୁକିନ୍ଦା ତହସିଲଦାର ନବକିଶୋର ଜେନା, ବିଭିନ୍ନ ଶିଳ୍ପାନୁଷ୍ଠାନ  ଓ ଖଣି କର୍ତ୍ତୃପକ୍ଷର ପ୍ରତିନିଧିମାନେ ଯୋଗଦେଇଥିଲେ । 

 

0
0
0
s2sdefault