ହେଡଲାଇନସ୍:

ନୌପଡା ଗୁଣୁପୁର ରେଳ ପଥରେ ଖୁବ ଶୀଘ୍ର ବିଦ୍ୟୁତକରଣ ବ୍ୟବସ୍ଥା- ମୁଖ୍ୟ ସିଗ୍‍ନାଲ ମ୍ୟାନେଜର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-parla-khemundi.jpg - 76.19 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପ୍ରତିକ୍ଷିତ ନୌପଡା ଗୁଣୁପୁର ଭାୟା ପାରଳାଖେମୁଣ୍ଡି ରେଳ ପଥରେ ଖୁବ ଶୀଘ୍ର ବିଦ୍ୟୁତ କରଣ ବ୍ୟବସ୍ଥା କରାଯିବା ସହ ବିଦୁ୍ୟତ ଇଞ୍ଜିନ ଟ୍ରେନ ଚଳାଚଳ ର ବ୍ୟବସ୍ଥା କରାଯିବ ବୋଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ ସିଗ୍‍ନାଲ ଏବଂ ଟେଲିକମ୍‍ ମ୍ୟାନେଜର ମେଜର ରାମ ପାଲ ବର୍ମା ସାମ୍ୱାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

ନୌପଡା ଠାରୁ ଗୁଣୁପୁର ଭାୟା ପାରଳାଖେମୁଣ୍ଡି ୯୦ କିମି ଦୂରତା ରେଳପଥ ମଧ୍ୟରେ ସମସ୍ତ ସିଗନାଲିଙ୍ଗ ଓ ଟେଲିକମ କାର୍ଯ୍ୟର ତଦାରଖ ଗସ୍ତରେ ଆସି ଗୁଣୁପୁର ରେଳ ଷ୍ଟେସନ ଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ହେଉଥିବା ସିଗନାଲ ବ୍ୟବସ୍ଥାକୁ ମୁଖ୍ୟ ମ୍ୟାନେଜର ରାମ ପାଲ ବର୍ମା ଶୁଭ ଉଦ୍‍ଘାଟନ କରିଥିଲେ ।

ଭୂବନେଶ୍ୱର ଫେରିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଶ୍ରୀ ରାମପାଲ ବର୍ମା ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଆଗାମୀ ଦିନ ମାନଙ୍କରେ ଖୁବ୍‍ଶୀଘ୍ର ଏହି ରେଳ ପଥରେ ବିଦ୍ୟୁତ  କରଣ କାର୍ଯ୍ୟର ଅନୁଧ୍ୟାନ ଓ ତଦାରଖ ପାଇଁ ଏକ ଉଚ୍ଚ ସ୍ତରୀୟ ବିଭାଗୀୟ ବୈଷୟିକ ଦଳ ଗସ୍ତ କରିବେ ।   ବିଦ୍ୟୁତ  କରଣ ବ୍ୟବସ୍ଥା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ଅର୍ଥର ବ୍ୟୟ ଅଟକଳ ହୋଇ ସାରିଛି ଅନୁମୋଦନ ସହ କେବଳ ଠିକା କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହି ରେଳ ପଥରେ ବିଦ୍ୟୁତ  ଇଞ୍ଜିନର ଟ୍ରେନ ଚଳାଚଳର ସବୁଜ ସଙ୍କେତ ମିଳିବ ।

ଏଠାରେ ସୂଚନା ଯୋଗ୍ୟ ଯେ ପୁର୍ବତନ ରେଳବାଇର ନୌପଡା ଗୁଣପୁର ଖୋର୍ଦ୍ଦା ବଲାଙ୍ଗିର ଏବଂ ଲାଞ୍ଜିଗଡ ଜୁନାଗଡ ରେଳ ପଥରେ ଡିଜେଲ ଇଞ୍ଜିନ ମୁଣ୍ଡ ଥାଇ ଟ୍ରେନ ଚଳାଚଳ କରୁଛି । ଯାହାକି ନୌପଡା ଗୁଣୁପୁର ଭାୟା ପାରଳାଖେମୁଣ୍ଡି ରେଳ ପଥରେ ୩ଟି ଟ୍ରେନ ବିଶାଖାପାଟଣା -ଗୁଣପୁର, ରାଉଲକେଲା- ଗୁଣପୁର ଏବଂ ପୁରୀ -ଗୁଣପୁର ଚଳାଚଳ କରୁଛିତାହା ପଲାସା ପର୍ଯ୍ୟନ୍ତ ଇଲେକ୍‍ଟ୍ରିକ ଇଞ୍ଜିନରେ ଆସି ସେଠାରେ ପୁଣି ଗୁଣୁପୁର ଯିବା ପାଇଁ ଡିଜେଲ ଇଞ୍ଜିନର ପରିବର୍ତ୍ତନ ହୋଇ ଯାଇଥାଏ । ଯାହା ଫଳରେ ଟ୍ରେନ ଚଳାଚଳରେ ଅହେତୁକ ବିଳମ୍ୱ ହେବା ସହ ଯାତ୍ରୀମାନେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏତଦ୍‍ ବ୍ୟତୀତ ପାରଳା ଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ନୂତନ ଷ୍ଟେସନ ଗୃହ ନିର୍ମାଣ, ଫୁଟ ଓଭର ବ୍ରିଜ୍‍ ରାସ୍ତା ନିର୍ମାଣ, ଅତିରିକ୍ତ ରେଳ ଲାଇନ ନିର୍ମାଣ ଓ ଅନ୍ୟାନ୍ୟ ସବୁ ଆବଶ୍ୟକୀୟ ମୌଳିକ ଭିତ୍ତିଭୁମୀ ଉପରେ ପର୍ଯ୍ୟାୟ କ୍ରମେ ସୁବ୍ୟବସ୍ଥା କରାଯିବାର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ମ୍ୟାନେଜର  ଆଲୋଚନା ବେଳେ  ପ୍ରକାଶ କରିଥିଲେ ।

0
0
0
s2sdefault