ଶାସକ ପ୍ରଶାସକ : ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ-ଯାଜପୁର ଜିଲ୍ଲା ବ୍ୟାସନଗର ସହର ଫାୟାର ଷ୍ଟେସନ ଗୋଲାଇ ଛକର ଅନତି ଦୂରରେ ଅବସ୍ଥିତଐତିହାସିକ ନୂଆଗଡ଼ ଗୁମ୍ଫା | ଏହି ଗୁମ୍ଫାରେ ପ୍ରାୟ ବାରଶହ ଖୀଷ୍ଟାବ୍ଦର ଜୈନଧର୍ମର ସାଧୁ ସନ୍ଥମାନେ ରହି ଜୈନ ଧର୍ମର ପ୍ରଚାର ପ୍ରସାର କରୁଥିଲେ | ଆଖ ପାଖ ଅଂଚଳର ଗାଈ ମାନେ ସ୍ୱତପ୍ରବୃତ୍ତ ଭାବରେ ଏଠାକୁ ଆସି କ୍ଷୀର ଦେଉଥିବାର ନଜିର ମଧ୍ୟ ରହିଛି | ଏହି ଗୁମ୍ଫା ଭିତରେ ରହିଛି ତିନୋଟି ଶୁଡ଼ଙ୍ଗ | ଧବଳଗିରୀ ଠାରେ ଥିବା ଲଷ୍ମୀନାରାୟଣ ମନ୍ଦିର ବ୍ୟାସସରୋବର ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଓ ଜଗନ୍ନାଥ ଧାମ ପୁରୀକୁ ଏହି ସୁଡ଼ଙ୍ଗ ଦେଇ ସାଧୁ ସନ୍ଥ ମାନେ ଯିବା ଆସିବା କରୁଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳୁଛି | ଅର୍ଦ୍ଧରାତ୍ରିରେ ଗୁମ୍ଫା ଭିତରୁ ଭଜନ କୀର୍ତନ ଶୁଣାଯାଏ ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଥାନ୍ତି | ଏହି ଐତିହାସିକ ଗୁମ୍ଫାଟି ଏବେ ଜରାଜୀର୍ଣ ଅବସ୍ଥାରେ ପଡିରହିଛି | ସୁଡ଼ଙ୍ଗଟି ମଧ୍ୟ ପୋତି ହୋଇ ଗଲାଣି | ପର୍ଯ୍ୟଟନ ବିଭାଗ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ନୂଆଗଡ ଗୁମ୍ଫାର ପୁନଃରୁଦ୍ଧାର ସହିତ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବ୍ୟାସନଗର ବାସୀଦାବୀ କରିଛନ୍ତି
ରାଜ୍ୟ
ଐତିହାସିକ ନୂଆଗଡ ଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହିତ ପୁନରୁଦ୍ଧାର ଦାବୀ
- Hits: 354